ଗୁଜୁରାଟରେ ଗୋଟିଏ ଦିନରେ ୧୦ ହଜାର କୋଭିଡ୍ ମୃତ୍ୟୁ ରିପୋର୍ଟ : ପୁରୁଣା ମୃତ୍ୟୁର ପୁନଃ ହିସାବ କରିବା ପରେ ସାମ୍ନାକୁ ଆସିଛି ନୂଆ ସଂଖ୍ୟା

ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ପହଁଚିଲା ୧୯ହଜାର ୯୬୪

379

କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହରରେ ମୃତ୍ୟୁ ହାରକୁ ନେଇ ନୂଆ ତଥ୍ୟ ଦେଇଛି ଗୁଜୁରାଟ । ରାଜ୍ୟରେ ୧୦ହଜାର କରୋନା ମୃତ୍ୟୁ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । କରୋନା ମୃତ୍ୟୁର ଟ୍ୟାଲିକୁ ପୁଣିଥରେ ଯାଂଚ କରିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଫଳରେ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯ହଜାର ୯ଶହ ୬୪ରେ ପହଁଚିଛି ।

ବଲିଉଡ୍ ଅଭିନେତ୍ରୀ କରୀନା କପୁର ଖାନ୍ ଏବଂ ତାଙ୍କ ବନ୍ଧୁ ତଥା ଅଭିନେତ୍ରୀ ଅମ୍ରିତା ଅରୋରା କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ଦୁଇ ଦିନ ପୂର୍ବରୁ କରୀନା କପୁର, ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଘରେ ଆୟୋଜିତ ଏକ ପାର୍ଟିରେ ଯୋଗ ଦେଇଥିଲେ । ଏଥିରେ ଭୋଉଣୀ କରିଶ୍ମା କପୁରଙ୍କ ସହ ଅନେକ ବଲିଉଡ୍ ସେଲିବ୍ରିଟି ଯୋଗ ଦେଇଥିଲେ । ଚଳଚ୍ଚିତ୍ର କଭି ଖୁସି କଭି ଗମର ୨୦ ବର୍ଷ ପୂରଣକୁ ନେଇ ଏହି ପାର୍ଟିର ଆୟୋଜନ ହୋଇଥିଲା ।

ଆଉ ଏହି ପାର୍ଟିରେ ଯୋଗ ଦେଇ ଫେରିବା ପରେ କରୀନା ଅସୁସ୍ଥ ହୋଇଥିଲେ । ବମ୍ବେ ମୁନସିପାଲ କର୍ପୋରେସନ୍ କରୀନା ଓ ଅମ୍ରିତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ଲୋକଙ୍କ ଆରଟି-ପିସିଆର ଟେଷ୍ଟ ପାଇଁ ଆଦେଶ ଦେଇଛି । କରୀନା – ଅମ୍ରିତା ଦୁହେଁ ଭଲ ବନ୍ଧୁ । ପ୍ରାୟ ସମୟରେ କରୀନା, କରିଶ୍ମା, ଅମ୍ରିତା ଓ ମଲାଇକା ପାର୍ଟି କରିବାର ଆସିଥାନ୍ତି ନଜର ।