ବାରଣାସୀରେ କାଶୀ ବିଶ୍ୱନାଥ କରିଡରର ଉଦଘାଟନ : ଗଙ୍ଗାରେ ବୁଡ ପକାଇଲେ, ରୁଦ୍ରାଭିଶେକ କଲେ ପ୍ରଧାନମନ୍ତ୍ରୀ

୩୩୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ପ୍ରକଳ୍ପର ଉଦଘାଟନ; ୫ ଲକ୍ଷ ବର୍ଗ ଫୁଟ ଅଂଚଳରେ ତିଆରି ପ୍ରକଳ୍ପର ଗଙ୍ଗାନଦୀ ସହ ହୋଇଛି ସଂଯୋଗ

97

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ଉତରପ୍ରଦେଶ ଜନତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପହାର ବର୍ଷା । ସୋମବାର ବାରାଣାସୀରେ ପହଁଚି କାଶୀ ବିଶ୍ୱନାଥ କରିଡର ଉଦଘାଟନ କରିଛନ୍ତି ମୋଦୀ । ଦେଶ-ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଏହି ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି ପ୍ରକଳ୍ପର ଉଦ୍ଘାଟନ ପାଇଁ ବାରାଣାସୀରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ଯୋଗୀ ସରକାର ।

ଦୁଇ ଦିନିଆ ବାରଣାସୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସୋମବାର ବାରାଣାସୀରେ ପହଂଚି, ପ୍ରଧାନମନ୍ତ୍ରୀ ମୋଦୀ କାଶି ବିଶ୍ୱନାଥ ଧାମ୍ କରିଡର ଉଦଘାଟନ କରିଛନ୍ତି । ୩୩୯ କୋଟି ଟଙ୍କାର ବ୍ୟୟରେ ପ୍ରସ୍ତୁତ ହୋଇଥିବା ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୋଦୀ । ବହୁ ଦିନର ପ୍ରତିକ୍ଷିତ କାଶୀ ବିଶ୍ୱନାଥ କରିଡର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଉଦଘାଟନୀ ଉତ୍ସବ ପାଇଁ ପୂରା କାଶୀକୁ ବୋହୁ ବେଶରେ ସଜାଯାଇଛି । ଏହାସହ ଦୃଷ୍ଟି ଆର୍କଷଣ କରୁଛନ୍ତି ମନ୍ଦିର ସାଜସଜା । ସାଢେ ୫ଲକ୍ଷ ବର୍ଗ ଫୁଟରେ ନିର୍ମିତ କାଶୀ ବିଶ୍ୱନାଥ ଧାମ କରିଡର । ଏଥିରେ ରହିଛି ୨୩ଟି କୋଠା ଓ ୨୭ ମନ୍ଦିର । ବହୁ ପ୍ରତିକ୍ଷିତ କାଶୀ ବିଶ୍ୱନାଥ କରିଡର ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ସମ୍ବୋଧନ କରି ଶ୍ରଦ୍ଧାଳୁଙ୍କୁ କାଶୀଧାମର ଇତିହାସ,ପୌରାଣିକ ଗାଥା ବଖାଣିଛନ୍ତି । ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି କାଶିରେ ସରକାର ହେଉଛନ୍ତି ଭଗବାନ ବାବା ବିଶ୍ୱନାଥ ।

 ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଏବଂ ପ୍ରଳ୍ପର ଉଦ୍ଘାଟନ ପାଇଁ ଉତ୍ସବ ମୁଖର ହୋଇ ଉଠିଛି ବାରଣାସି ସହର । ପ୍ରଧାନମନ୍ତ୍ରୀ ବାରାଣାସୀରେ ନରେନ୍ଦ୍ର ମୋଦୀ ଗଙ୍ଗା ନଦୀରେ ବୁଡ ପକାଇ ବାବା କାଳ ଭୈରବଙ୍କ ପୂଜାର୍ଚ୍ଚନା କରିଛନ୍ତି । ପରେ କାଳ ବୈରବଙ୍କ ଆଳତୀ ମଧ୍ୟ କରିଥିଲେ ପ୍ରଧାନମନ୍ତ୍ରୀ । କାଶି ବିଶ୍ୱନାଥ ଧାମ କରିଡରର ଭବ୍ୟତାର ଦର୍ଶନ କରିବାପାଇଁ ଅନେକ ଅତିଥି ବାରାଣାସୀ ଆସିଛନ୍ତି । କାର୍ଯ୍ୟକ୍ରମରେ ପ୍ରାୟ ୨ଶହରୁ ଅଧି ସାଧୁ,ସନ୍ଥ, ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏଇ ଏବସରରେ ପ୍ରଧାନମନ୍ତ୍ରୀ ମୋଦୀ ବାବା ବିଶ୍ୱନାଥ ଧାମ ନିର୍ମାଣ କରିଥିବା ଶ୍ରମିକଙ୍କ ଉପରେ ପୁଷ୍ପ ବର୍ଷା କରିଛନ୍ତି ।

ସେହିପରି ଶ୍ରମିକମାନଙ୍କ ଶହ ମିଶି ଏକାଠି ଭୋଜନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାଙ୍କ ସହ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଶ୍ରମିକଙ୍କ ସହ ଭୋଜନ କରିଛନ୍ତି । ପ୍ରକଳ୍ପ ଉଦ୍ଘାଟନ ସହ ପ୍ରଧାନମନ୍ତ୍ରୀ ମୋଦୀ କ୍ରୁଜ୍ ଜରିଆରେ ଗଙ୍ଗା ଯାତ୍ରା କରିଛନ୍ତି । ଖିଡକିଆ ଘାଟରୁ ଲଳିତା ଘାଟକୁ ସ୍ୱତନ୍ତ୍ର କ୍ରୁଜ୍ ଯୋଗେ ଯାତ୍ରା କରିଛନ୍ତି ପ୍ରଧାନମନ୍ତ୍ରୀ । ଘାଟର ଦୁଇ ପାଶ୍ୱରେ ଥିବା ମନୋଲୋଭା ଦୃଶ୍ୟର ଭରପୂରା ମଜା ଉଠାଇଥିଲେ ପ୍ରଧାନମନ୍ତ୍ରୀ ।