ପାକିସ୍ତାନ୍ ବିରୋଧରେ ତାତିଲେ ଗିଲଗିତ୍ ଓ ବେଲୁଚିସ୍ତାନ ବାସିନ୍ଦା । କହିଲେ ‘ଆମକୁ ଭାରତ ସହ ମିଶାଇଦିଅ’ ।

378

କନକ ବ୍ୟୁରୋ: ‘ଆମକୁ ଭାରତ ସହ ମିଶାଇ ଦିଅ’ ଭାରତର କେନ୍ଦ୍ରଶାସିତ ଇଲାକା ଲଦାଖରେ ମିଶିବାକୁ ଦାବି କରିଛନ୍ତି ବେଲୁଚିସ୍ତାନ ଓ ଗିଲଗିତସ୍ତାନ ବାସିନ୍ଦା । ବର୍ଷ ବର୍ଷ ଧରି ଏହି ପ୍ରଦେଶର ଲୋକେ ପାକିସ୍ତାନ ସରକାରର ନିର୍ଯାତନା ସହିଆସିଛନ୍ତି । ଏବେ ମାନ୍ଦାବସ୍ଥା, ବେରୋଜଗାରୀକୁ ନେଇ ଏହି ଦୁଇ ଦେଶ ଲୋକେ ପାକିସ୍ତାନ ସରକାର ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ।

ବିକ୍ଷୋଭର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲଦାଖର କାରଗିଲ ଜିଲ୍ଲାରେ ଥିବା ସକରଦୁ-କାରଗିଲ ରୋଡକୁ ପୁଣିଥରେ ଖୋଲିବାକୁ ଦାବି କରିଛନ୍ତି । ଲଦାଖରେ ବେଲୁଚିସ୍ତାନର ଯେଉଁମାନେ ବସବାସ କରୁଛନ୍ତି ସେମାନଙ୍କ ସହିତ ମିଶି ରହିବାର ଦାବି କରିଛନ୍ତି ।

ସୂଚନା ମୁତାବକ, ଗିଲଗିତ୍ ଓ ବେଲୁଚିସ୍ତାନରେ ପାକିସ୍ତାନ ସେନା ଜୋରଜବରଦସ୍ତି ଦଖଲ କରି ସେମାନଙ୍କ ସାଧନକୁ ବ୍ୟବହାର କରୁଛି । ତେଣୁ ୨୦୧୫ରୁ ଏହି ଦେଶ ମଧ୍ୟରେ ବିବାଦ ଲାଗିରହିଥିବାବେଳେ ଏବେ ଏହା ଉଗ୍ରରୂପ ନେଇଛି ।