କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତ୍ୟୁ : ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମର ତନାଘନା

681

କନକ ବ୍ୟୁରୋ : ଗୁରୁଡ଼ିଝାଟିଆ ଜଙ୍ଗଲରୁ ମିଳିଲା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତଦେହ । ତେବେ ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିି ତଦନ୍ତ ଆରମ୍ଭ କରିଛି । ଗତ ୧୧ ତାରିଖରୁ ଘରକୁ ଫେରିନଥିଲେ ରାଜଶ୍ରୀ । କଟକ ବଜ୍ରକବାଟୀରେ ଥିବା କ୍ୟାମ୍ପରୁ ସେ ଘରକୁ ଯାଉଥିବା କହି ଫେରିନଥିବା ଜଣାପଡ଼ିଥିଲା । ତାଙ୍କ ସ୍କୁଟି ଓ ହେଲମେଟ୍ ଆଠଗଡ଼ କପୁରସିଂ ଜଙ୍ଗଲରୁ ମିଳିଥିବା ବେଳେ ତାଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ରହିଛି ।

ସେ ନିଖୋଜ ଥିବା ନେଇ କୋଚ୍ କଟକ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ । ପୁରୀ ଜିଲ୍ଲା ରାମଚଣ୍ଡୀ ଥାନା ଅଂଚଳର ଗୁଣୁନିଧି ସ୍ୱାଇଁଙ୍କ ଝିଅ ରାଜଶ୍ରୀ । ପୁଡୁଚେରୀରେ ହେବାକୁ ଥିବା ବରିଷ୍ଠ ମହିଳା ଦିନିକିଆ କ୍ରିକେଟର ପ୍ରଥମ ତିନି ମ୍ୟାଚ୍ ପାଇଁ ବଜ୍ରକବାଟୀ ସ୍ଥିତ ମହାବୀର ଗାଲାକ୍ସିରେ ୨୫ ଜଣ ମହିଳା ଖେଳାଳି କ୍ୟାମ୍ପ ପକାଇଥିଲେ । ଆସନ୍ତା ୧୫ ତାରିଖରେ ସେମାନେ ପୁଡୁଚେରୀ ଯିବାକୁ ଯୋଜନା ଥିଲା ।

ଗତ ୧୦ ତାରିଖରେ ଓଡ଼ିଶା ଦଳର ତାଲିକା ଘୋଷଣା ହୋଇଥିଲା । ହେଲେ ତାଲିକାରୁ ବାଦ୍ ପଡ଼ିଥିଲେ ରାଜଶ୍ରୀ । ୧୧ ତାରିଖ ଦିନ ସମସ୍ତ ଖେଳାଳି ଟାଙ୍ଗୀ ସ୍ଥିତ ଡ୍ରିମ୍ସ କଲେଜକୁ ଅଭ୍ୟାସ ପାଇଁ ଯାଇଥିଲେ । ହେଲେ ରାଜଶ୍ରୀ ବାପାଙ୍କୁ ଭେଟିବାକୁ କୋଚଙ୍କୁ କହି ଯାଇଥିଲେ । ଆଉ ଫେରିନଥିଲେ । ଏବେ ତାଙ୍କ ମୃତ ଦେହ ମିଳିଥିବା ବେଳେ ଘଟଣା ତଦନ୍ତ ଜାରି ରଖିଛି ପୋଲିସ ।