ପୃଥିବୀ ଉପରେ ବଡ ବିପଦ! ବନ୍ଦ ହୋଇଯାଇପାରେ ରେଡିଓ, ଜିପିଏସ୍ ଓ ସାଟେଲାଇଟ୍ ।

460

କନକ ବ୍ୟୁରୋ: ମଙ୍ଗଳବାର (ଜୁଲାଇ୧୯ ତାରିଖ)ରେ ସୃଷ୍ଟି ହୋଇପାରେ ଏକ ବଡ ଧରଣର ସୌର ଝଡ, ଯାହା ସିଧାସଳଖ ପୃଥିବୀକୁ ପଭାବିତ କରିବ ବୋଲି କୁହାଯାଉଛି । ଏଭଳି ସ୍ଥିତିରେ ଡିଜିଟାଲ ଜଗତ ସହ ସମ୍ବନ୍ଧିତ ରେଡିଓ, ମୋବାଇଲ, ସାଟେଲାଇଟ ଗୁଡିକର କାର୍ଯ୍ୟ ପ୍ରଭାବିତ ହୋଇପାରେ ବୋଲି ଅନ୍ତର୍ଜାତୀୟ ବରିଷ୍ଠ ଅନ୍ତରୀକ୍ଷ ପାଣିପାଗ ବିଶେଷଜ୍ଞ ଡା. ତମିଥା ସ୍କୋଭ ପ୍ରକାଶ କରିଛନ୍ତି ।

ପୃଥିବୀ ପାଇଁ ମଙ୍ଗଳବାର ଭାରି ପଡିପାରେ । ଆଜି ସୃଷ୍ଟି ହେବାକୁ ଥିବା ସୌର ଝଡ ପୃଥିବୀକୁ ସିଧାସଳଖ କରିପାରେ ବୋଲି ଅନ୍ତରୀକ୍ଷ ପାଣିପାଗ ବିଶେଷଜ୍ଞ ଡା. ତମିଥା ସ୍କୋଭ ପ୍ରକାଶ କରିଛନ୍ତି । ଏନେଇ ସେ ଟ୍ୱିଟ ମଧ୍ୟ କରିଛନ୍ତି । ତାଙ୍କ ସୂଚନା ମୁତାବକ, ସୂର୍ଯ୍ୟ ଠାରୁ ଆସିବାକୁ ଥିବା ଏକ ସାପ ଆକାରର ଏକ ସୌର ଅଗ୍ନିଶିଖା (Snake like filament) । ଏହା ଫଳରେ ପୃଥିବୀ ଚାରିପଟେ ଘୁରୁଥିବା ଏକାଧିକ ସାଟେଲାଇଟ୍ କାମ କରିବା ବନ୍ଦ କରିଦେଇପାରେ । ଫଳରେ ଜିପିଏସ୍, ଟିଭି ସଞ୍ଚାର, ଓ ରେଡିଓ ମଧ୍ୟ କାମ କରିବା ବନ୍ଦ କରିଦେଇପାରେ ।
ଏହି ସୋଲାର ଫ୍ଲୋୟାରରୁ ଯୋଗୁଁ ଇଲେକ୍ଟ୍ରୋ ରେଡିଏସନ୍ ଓ ଉତ୍ତାପ ଅଧିକ ହୋଇଥାଏ । ଯଦିଓ ଏହି କାରଣରୁ ପୃଥିବୀ ପୃଷ୍ଟରେ ଉତାପ ନବଢିପାରେ ହେଲେ ଚୁମ୍ବକୀୟ କ୍ଷେତ୍ରରେ ପ୍ରଭାବ ପଡିପାରେ ଓ ସିଗ୍ନାଲ ବନ୍ଦ ହାଇଯାଇପାରେ ବୋଲି ବୈଜ୍ଞାନିକ ମାନେ ମତ ପୋଷଣ କରିଛନ୍ତି ।

ଘଣ୍ଟା ପ୍ରତି ଲକ୍ଷଲକ୍ଷ କିମି ଗତିରେ ଆସିଥାଏ ଝଡ
ସୂର୍ଯ୍ୟରେ ଥିବା କରୋନାଲ ମାସ୍ ଇଜେକ୍ସନ୍ ପାଇଁ ବିସ୍ଫୋରଣ ହୋଇଥାଏ । ଫଳରେ କୋଟିକୋଟି ଚାର୍ଜ ପାର୍ଟିକିଲ୍ ବିଚ୍ଛୁରିତ ହୋଇଥାଏ । ଏହା ପୃଥିବୀ ସହ ସିଧା ଧକ୍କା ହୋଇଥାଏ । ଏନେକ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଥାଏ ।