ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ : ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ଲାଗିପାରେ ମୋହର

187

କନକ ବ୍ୟୁରୋ : ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୦ଟାରେ ବୈଠକ ବସିବ । ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ଲାଗିପାରେ ମୋହର । ବିଧାନସଭା ଅଧିବେଶନ ଜାରି ରହିଥିବାରୁ କାର୍ଯ୍ୟସୂଚୀ ତଥା ଏଜେଣ୍ଡାକୁ ସାର୍ବଜନୀନ କରାଯାଇନି ।

କରୋନା କଟକଣାକୁ ଦୃଷ୍ଟିରେ ରଖି ଭର୍ଚୁଆଲ ମୋଡରେ ବୈଠକ ହେବାର ରହିଛି । ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡରେ ନବୀନ ନିବାସରୁ ଯୋଡି ହେବେ ବୋଲି ଜଣାପଡିଛି । ମନ୍ତ୍ରୀମାନେ ନିଜ ଅଫିସ କିମ୍ବା ଲୋକସେବା ଭବନରୁ ଭର୍ଚୁଆଲ ମାଧ୍ୟମରେ ଯୋଡି ହେବେ । ସେହିପରି ବିଭାଗୀୟ ଅଧିକାରୀମାନେ ଲୋକସେବା ଭବନରୁ ସାମିଲ୍ ହେବେ ।