୩୦୩ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ ଫ୍ରାନ୍ସରେ ଅଟକ । ମାନବ ଚାଲାଣ ନେଇ ଗୁଇନ୍ଦା ରିପୋର୍ଟ ଆଧାରରେ ଫ୍ରାନ୍ସ ଅଟକାଇଥିବା ସୂଚନା

423

କନକ ବ୍ୟୁରୋ : ୩ଶହରୁ ଅଧିକ ଭାରତୀୟଙ୍କୁ ନେଇ ଯାଉଥିବା ବିମାନରେ ସେହି ସମୟରେ ହଲଚଲ ଖେଳିଯାଇଥିଲା ଯେଉଁ ସମୟରେ ହଠାତ ବିମାନକୁ ଅଧାବାଟରୁ ଅଟକ ରୋକାଯାଇଥିଲା   । ଦୁବାଇରୁ ଭାରତୀୟଙ୍କୁ ନେଇ ନିକାରାଗୁଆ ଯାଉଥିବା ଏକ ଚାର୍ଟର ବିମାନକୁ ଫ୍ରାନ୍ସ ପୋଲିସ ମାର୍ନେଠାରେ ଅଟକାଇଛି । ସୂଚନା ଅନୁସାରେ ମାନବଚାଲଣ ନେଇ ଗୁଇନ୍ଦା ରିପୋର୍ଟ ଆଧାରରେ ଫ୍ରାନ୍ସ ଏହି ବିମାନକୁ ଅଟକାଇଥିବା ଦୂତାବାସ ସୂତ୍ରରୁ ଜଣାପଡ଼ିଛି । ମାନବ ଚାଲାଣ ଅଭିଯୋଗ ଆସିବା ପରେ ଏବେ ଘଟଣାର ତଦନ୍ତ ଭାର ଫ୍ରାନ୍ସ ଗୁଇନ୍ଦା ସଂସ୍ଥା ଜେୟୁଏନଏଏଲସିଓ ନେଇଛି । ସମସ୍ତ ଯାତ୍ରୀଙ୍କୁ ଜେରା କରାଯାଉଛି । ଦୁଇ ଜଣ ସନ୍ଦିଗ୍ଦଙ୍କୁ ଗିରଫ କରାଯାଇଛି ।

ଏବେ ଜାଣିବା କ’ଣ ଥିଲା ଘଟଣାକ୍ରମ—–ଶୁକ୍ରବାର ରୋମାନିଆ ଏୟାରଲାଇନ୍ସ ବିମାନ ‘ଲିଜେଣ୍ଡ ଏ-୩୪୦’ ଫ୍ରାନ୍ସର ବ୍ରାଟି ବିମାନବନ୍ଦରରେ ଅବତଣ କରିଥିଲା । ଇନ୍ଧନ ଭରିବା ପାଇଁ ଅବତରଣ କରିଥିବା ବିମାନ ନିକଟକୁ ଫ୍ରାନ୍ସ ପୁଲିସ ପହଁଚି ତଦନ୍ତ କରିଥିଲେ । ପୂରା ବିମାନବନ୍ଦର ପୁଲିସ ଛାଉଣୀ ହେବା ସହ ଯାତ୍ରୀଙ୍କୁ ବିଶ୍ରାମ ପାଇଁ ଅଭ୍ୟର୍ଥନା ପ୍ରକୋଷ୍ଠରେ ବ୍ୟବସ୍ଥା କରାଯାଇଛି । ୨ଜଣଙ୍କୁ ଗିରଫ କରାଯାଇଛି ଓ ଅନ୍ୟ କିଛି ଯାତ୍ରୀଙ୍କୁ ଜେରା କରୁଛି ଫ୍ରାନ୍ସ ଗୁଇନ୍ଦା ସଂସ୍ଥା । ତଦନ୍ତ ଚାଲିଥିବାରୁ ୧୫୦ କିଲୋମିଟର ଦୂରେ ଥିବା ନିଜ ଗନ୍ତବ୍ୟସ୍ଥଳରେ ପହଁଚିପାରିନି ବିମାନ । ଅଟକ ଥିବା ବିମାନ ସମ୍ପର୍କରେ ଭାରତୀୟ ଦୂତାବାସକୁ ଫ୍ରାନ୍ସ କର୍ତୃପକ୍ଷ ତଥ୍ୟ ପ୍ରଦାନ କରିବା ସହ ମାନବ ଚାଲାଣ ମାମଲାରେ ତଦନ୍ତ ପାଇଁ ସହ । ବିମାନ କମ୍ପାନୀ ପକ୍ଷରୁ କୌଣସି ସୁଚନା ଦିଆଯାଇନି । ଭାରତ ସରକାରଙ୍କୁ ଏହି ବାବଦରେ ସୂଚନା ଦେଇଛି ଫ୍ରାନ୍ସ । ଭାରତୀୟ ଦୂତାବାସ ଅଧିକାରୀ ଘଟଣାସ୍ଥଳରେ ପହଁଚିବା ସହ ଭେଟିବା ପାଇଁ କନସୁଲାର ଆକ୍ସେସ ପାଇଛି । ତେବେ ଘଟଣା ଉପରେ ଭାରତ ସରକାର ନଜର ରଖିଥିବା ଜଣାପଡିଛି ।