ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିପାରେ ଝଟକା ! ନୂଆ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ ୨୦୨୪ ନଖେଳିବା ନେଇ ବଢ଼ିଲା ଚର୍ଚ୍ଚା

2,242

କନକ ବ୍ୟୁରୋ : ମୁମ୍ବାଇ ଇଣ୍ଡିଆନ୍ସକୁ ବଡ଼ ଝଟକା, ଆଇପିଏଲ ୨୦୨୪ ସିଜିନରୁ ବାଦ ପଡ଼ିପାରନ୍ତି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଆହତ ସମସ୍ୟାରୁ ମୁକୁଳି ପାରିନଥିବା ବେଳେ ହାର୍ଦ୍ଦିକ ଆଫଗାନିସ୍ଥାନ ବିପକ୍ଷ ସିରିଜ ସମେତ ଆଇପିଏଲ ୨୦୨୪ ସିଜିନରୁ ମଧ୍ୟ ବାଦ ପଡ଼ିବା ନେଇ ଆଶଙ୍କା ଦେଖାଦେଇଛି । ପ୍ରଥମେ ସୂର୍ଯ୍ୟକୁମାର ଯାଦବ ଏବେ ହାର୍ଦ୍ଦିକ ପାଣ୍ଡ୍ୟା ବାଦ ପଡିବା ପରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଆଫଗାନିସ୍ଥାନ ବିପକ୍ଷ ମ୍ୟାଚରେ ପଡ଼ିଆକୁ ଓହ୍ଲାଇବ । ଟ୍ରେଡିଂ ଜରିଆରେ ଗୁଜରାଟ ଟାଇଟନ୍ସଠୁ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳକୁ ଫେରାଇ ଆଣିବା ପରେ ଅଧିନାୟକ ଭାବେ ନିଯୁକ୍ତ କରିଥିଲା । ତେବେ ବର୍ତମାନ ସୁଦ୍ଧା ହାର୍ଦ୍ଦିକ ସୁସ୍ଥ ହୋଇନଥିବା ବେଳେ ପଡ଼ିଆକୁ ଫେରିବା ନେଇ ଆଶଙ୍କା ଦେଖାଦେଇଛି । ବିଶ୍ୱକପ ଟୂର୍ଣ୍ଣାମେଂଟରେ ବାଲାଂଦେଶ ବିପକ୍ଷ ମ୍ୟାଚରେ ଆହତ ହୋଇ ଦଳରୁ ବାଦ ପଡିଥିଲେ ହାର୍ଦ୍ଦିକ । ଆହତ ସମସ୍ୟା ଦୂର ନହେବା କାରଣରୁ ବିଶ୍ୱକପ ପରେ ପ୍ରଥମେ ଅଷ୍ଟ୍ରେଲିଆ ଏବଂ ପରେ ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ ପଡ଼ିଥିଲେ ହାର୍ଦ୍ଦିକ ।