ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ । ଘରୋଇ ଟିଭି ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

1,923

କନକ ବ୍ୟୁରୋ : ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ଓଡ଼ିଶାର ଏକ ଘରୋଇ ଟିଭି ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ ଆୟୋଗ ।

ନିର୍ବାଚନ ସରିବା ଆଗରୁ ଏକଜିଟ୍ ପୋଲ ପ୍ରସାରଣ କରିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ । ନିର୍ବାଚନ କମିଶନଙ୍କ କଟକଣା ସତ୍ୱେ ଏକ ଘରୋଇ ଗଣମାଧ୍ୟମ ସଂସ୍ଥା ନିୟମକୁ ଉଲ୍ଲଂଘନ କରି ବୁଥ ବାହୁଡ଼ା ମତକୁ ପ୍ରସାରଣ କରିଥିବା ଅଭିଯୋଗ କରିଥିଲା ବିଜେପି । ଏନେଇ ତଦନ୍ତ ସହ ସହ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ଆଜି ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଭାରତୀୟ ନିର୍ବାଚନ ଆୟୋଗଙ୍କୁ ରିପୋର୍ଟ ଦେବାକୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦେଶ ରହିଛି ।