ପ୍ରତିଶ୍ରୁତି ଦେଇ ଭୁଲିଯାଆନ୍ତି, ନିର୍ବାଚନ ଆସିଲେ ଭୋଟ୍ ମାଗିବାକୁ ଆସନ୍ତି କେନ୍ଦ୍ରୀୟ ନେତା । ବାହାନଗାରୁ ବିରୋଧୀଙ୍କ ଉପରେ ବର୍ଷିଲେ ଭି.କେ ପାଣ୍ଡିଆନ୍

80

କନକ ବ୍ୟୁରୋ : ବାହାନଗାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଭି.କେ ପାଣ୍ଡିଆନ । ଭୋଟ୍ ମାଗିବା ସହ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି । ପାଣ୍ଡିଆନ୍ କହିଛନ୍ତି, କେନ୍ଦ୍ରରେ ଥିବା ବିଜେପି ସରକାର କହିଥିଲେ, ଆମେ ଶାସନକୁ ଆସିଲେ ଦରଦାମ୍ କମ୍ କରିବୁ । ପେଟ୍ରୋଲ୍ ଡିଜେଲ୍ ଓ ଏଲପିଜି ଦର କମ୍ କରିବୁ । ରୋଜଗାର ଦେବୁ । କିନ୍ତୁ ପ୍ରତିଶ୍ରୁତି ପୂରା କଲେ ନାହିଁ । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଓଡିଶାବାସୀଙ୍କ ଦୁଃଖ ସୁଖରେ ଛିଡା ହୋଇଛନ୍ତି । ବିଜେପି କେନ୍ଦ୍ରୀୟ ନେତା ୫ବର୍ଷକୁ ଥରେ ଆସି ଭୋଟ ମାଗୁଛନ୍ତି ।

ନୂଆ ଓଡିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି । ଯୁବପୀଢିଙ୍କୁ ସଶକ୍ତ କରିବା ପାଇଁ ଚାହାନ୍ତି । ଯୁବପୀଢି ଆଗକୁ ବଢିଲେ ରାଜ୍ୟ ଓ ଦେଶ ଆଗକୁ ବଢିବ, ଏହା ଆମ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରା । ବାହାନଗାରେ ଆହୁରି ଉନ୍ନତି କିପରି ହେବ ତାହା କହିବା ସହ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଛନ୍ତି ଭି.କେ ପାଣ୍ଡିଆନ୍