ଟଙ୍କା ବାଣ୍ଟିବା ବେଳେ ୨ ଗିରଫ,ଉଦଳା ଥାନା ଗୋଧିମରା ଗାଁରେ ଟଙ୍କା ବଣ୍ଟା ଅଭିଯୋଗ । ୧ଲକ୍ଷ ୯୧ ହଜାର ଜବତ ।

252

କନକବ୍ୟୁରୋ: ଟଙ୍କା ବାଣ୍ଟୁଥିବା ବେଳେ ଦୁଇ ଜଣଙ୍କୁ କାବୁ କରିଛି ପୋଲିସ । ମୟୂରଭଞ୍ଜ ଉଦଳା ଗୋଧିମରା ଗାଁରେ ଟଙ୍କା ବଂଟା ଚାଲିଥିବା ବେଳେ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ । ଅଭିଯୁକ୍ତ ଦୁଇ ଜଣ ହେଲେ ବିଜୟଲକ୍ଷ୍ମୀ ମହାପାତ୍ର ଓ ଦିବ୍ୟଜ୍ୟୋତି ଜେନା । ସେମାନଙ୍କଠାରୁ ୧ ଲକ୍ଷ ୯୧ ହଜାର ଟଙ୍କା ଓ ଏକ କାର ଜବତ କରାଯାଇଛି । ପ୍ରତି ଖାମରେ ହଜାର ଟଙ୍କା ଲେଖାଏଁ ରଖି ଲୋକଙ୍କୁ ବଂଟା ଯାଉଥିବା ବେଳେ ପୋଲିସ ସେମାନଙ୍କୁ କାବୁ କରିଛି । ଜୁନ ୧ରେ ଶେଷ ପର୍ଯ୍ୟାୟ ନିର୍ବାଚନ ଥିବା ବେଳେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଟଙ୍କା ବଂଟା ଯାଉଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଦୁଇ ଜଣ ଟଙ୍କା ନେଇ ଭୁବନେଶ୍ୱରୁ ଆସିଥିବା ଜଣାପଡ଼ିଛି । ଉଭୟଙ୍କୁ ପଚରାଉଚରା କରାଯିବା ସହ ତଦନ୍ତ କରୁଛି ପୋଲିସ ।