ଜମ୍ମୁକାଶ୍ମୀରରେ ଇଣ୍ଟରନେଟ ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡି । ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କଲା ସେନା

165

କନକ ବ୍ୟୁରୋ : କଡ଼ାକଡ଼ି ହେଲା ଜମ୍ମୁକଶ୍ମୀରରେ ସୁରକ୍ଷା ବ୍ୟବସ୍ଥା । ବାହାର ରାଜ୍ୟରୁ ଆସୁଥିବା ଯାନବାହାନକୁ ତନ୍ନ ତନ୍ନ କରି ଯାଂଚ କରୁଛନ୍ତି ସୁରକ୍ଷାକର୍ମୀ । ଆତଙ୍କୀ ଠିକଣା ଉପରେ ପ୍ରହାର କରୁଛି ଭାରତୀୟ ସେନା । ଯେଉଁଠି ଆତଙ୍କୀ ଲୁଚି ରହିଥିବା ସହେନ୍ଦ ହେଉଛି ତାକୁ ନଷ୍ଟ କରାଯାଉଛି । ସେପଟେ ସିସଟିଭିରେ କଏଦ ହୋଇଛି ଆତଙ୍କୀଙ୍କ ଭିଡିଓ । ମୃତ ଆତଙ୍କୀଙ୍କ ଶବକୁ ବୋହି ନେଇଯାଉଥିବା ୩ ଆତଙ୍କୀ କ୍ୟାମେରାରେ କଏଦ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଡିସେମ୍ବର ୨୨ ଅଧରାତିରେ ଅଖନୁର ସେକ୍ଟର ଦେଇ ଆତଙ୍କୀ ଅନୁପ୍ରବେଶ ଉଦମ ପଣ୍ଡ ହୋଇଛି । ସେନା ଗୁଳିରେ ଜଣେ ଆତଙ୍କୀ ନିହତ ହୋଇଛି । ସେପଟେ ରଜୌରୀ ସେକ୍ଟରରେ ମୋଟାର ମାଡରେ ଜଣେ ନାଗରିକଙ୍କ ମୃତ୍ୟୁ ହୋଇଛି । ସୁରକ୍ଷା ଦୃଷ୍ଟିରେ ଦୁଇ ଜିଲ୍ଲ।।ରେ ଇଂଟରନେଟ ସେବାକୁ ବନ୍ଦ କରାଯାଇଛି ।