ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା, ରାଜ୍ୟ ସଂଚାଳନ ସମିତି ଅଧ୍ୟକ୍ଷ ପଦ ଛାଡିଲେ ଆନନ୍ଦ ଶର୍ମା

166

କନକ ବ୍ୟୁରୋ : ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ପୁଣି କଂଗ୍ରେସକୁ ଝଟକା ଦେଇଛନ୍ତି ଆନନ୍ଦ ଶର୍ମା । ରବିବାର ଦିନ ସେ ପାର୍ଟିର ସଞ୍ଚାଳନ ସମିତି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ସେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଛନ୍ତି । ଚିଠି ମାଧ୍ୟମରେ ସେ ଜଣାଇଛନ୍ତି କି ଦଳ ତରଫରୁ ତାଙ୍କୁ ଅଣଦେଖା କରାଯାଉଛି । ହିମାଚଳ ପ୍ରଦେଶରେ ହେବାକୁ ଥିବା ନିର୍ବାଚନରେ ଦଳ ତରଫରୁ ନିଆଯାଉଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ତାଙ୍କ ମତ ଗ୍ରହଣ କରାଯାଉ ନଥିବା ଅଭିଯୋଗ କରି ସେ ଇସ୍ତଫା ଦେଇଛନ୍ତି ।

ସୂଚନା ଥାଉକି ଜି-୨୩ ନେତାମାନନଙ୍କ ମଧ୍ୟରେ ସାମିଲ ଥିବା ଗୁଲାମନବୀ ଆଜାଦ ବି ଜମ୍ମୁ-କାଶ୍ମୀର ଅଭିଯାନ ସମିତି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାର କିଛିଦିନ ଆଜି ଆନନ୍ଦ ଶର୍ମା ବି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଆନନ୍ଦ ଶର୍ମା ସୋନିଆ ଗାନ୍ଧୀଙ୍କ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି କି, ପରାମର୍ଶ ପ୍ରକ୍ରିୟାରେ ତାଙ୍କୁ ଅଣଦେଖା କରାଯାଉଛି । ହେଲେ ଏବେ ବି ସେ ରାଜ୍ୟର ଆଶାୟୀ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଅଭିଯାନ ଜାରି ରଖିବେ ବୋଲି ସ୍ପଷ୍ଟ କରିଛନ୍ତି । ଆନନ୍ଦ ଶର୍ମା ୨୦୨୨ ଏପ୍ରିଲ ମାସରେ ଦଳର ଷ୍ଟିୟରିଙ୍ଗ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ ।

 

କହିରଖୁ କି ଆନନ୍ଦ ଶର୍ମାଙ୍କୁ ହିମାଚଳ ପ୍ରଦେଶ କଂଗ୍ରେସର ଜଣେ ବଡ ନେତା ଭାବେ ଗଣତି କରାଯାଏ । ଏହାସହ ଗୁଲାମନବୀ ଆଜାଦ ଓ ଆନନ୍ଦ ଶର୍ମା ଜି-୨୩ ଗ୍ରୁପର ପ୍ରମୁଖ ନେତା ଥିଲେ । ଯେଉଁମାନେ କି ପାର୍ଟି ନେତୃତ୍ୱଙ୍କ ନିଷ୍ପତ୍ତିକୁ ସମାଲୋଚନା କରୁଥିଲେ ।