ଜଙ୍ଗଲ ନିଆଁ ରୋକିବାକୁ ବନ ବିଭାଗର ବଡ଼ ପଦକ୍ଷେପ । ବନ କର୍ମଚାରୀଙ୍କୁ ଦିଆଗଲା ଫାୟାର ବ୍ଲୋୟାର ବା ନିଆଁଲିଭା ଯନ୍ତ୍ର ।

105

କନକ ବ୍ୟୁରୋ: ବନାଗ୍ନୀ ରୋକିବାକୁ ବନ ବିଭାଗର ବଡ଼ ପଦକ୍ଷେପ, ଅଗ୍ନିକାଣ୍ଡ ଏଡାଇବାକୁ ବନ କର୍ମଚାରୀଙ୍କୁ ଦିଆଗଲା ଫାୟାର ବ୍ଲୋୟାର ବା ନିଆଁ ଲିଭା ଯନ୍ତ୍ର । ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଥିବା ବେଳେ ଜଙ୍ଗଲରେ ଅଗ୍ନିକାଣ୍ଡର ମୁକାବିଲା କରିବାକୁ ପଦକ୍ଷେପ ନେଇଛି ବନବିଭାଗ ।

ଶିମିଳିପାଳ ଅଭୟାରଣ୍ୟରେ କାମ କରୁଥିବା ବନ କର୍ମଚାରୀ ମାନଙ୍କୁ ଏହି ନିଆଁଲିଭା ଯନ୍ତ୍ର ଯୋଗାଇ ଦିଆଯାଇଛି । ସାଧାରଣତଃ ଗ୍ରୀଷ୍ମ ଋତୁ ଆରମ୍ଭରୁ ପ୍ରତଝଡ଼ା କାରଣରୁ ଜଙ୍ଗଲ ଗୁଡିକରେ ନିଆଁ ଲାଗିଥାଏ । ଏହି ଅଗ୍ନୀକାଣ୍ଡରେ ଶହ ଶହ ମୁଲ୍ୟବାନ ଗଛ ପୋଡି ପାଉଁଶ ହେବା ସହ ବନ୍ୟପ୍ରାଣୀ ମାନଙ୍କର ମଧ୍ୟ ମୃତ୍ୟୁ ହୋଇଥାଏ । ଏସବୁ ଘଟଣାକୁ ରୋକିବାକୁ ଏହି ଫାୟାର ବ୍ଲୋୟାର ମେସିନ ବେଶ ସହାୟକ ହେବ ବୋଲି କହିଛନ୍ତି ଶିମିଳିପାଳ ବ୍ରାଘ୍ୟ ପକଳ୍ପର ଆଞ୍ଚଳିକ ମୁଖ୍ୟ ସଂରକ୍ଷଣକାରୀ ପ୍ରକାଶ ଗୋଗିନେନି ।