ଶ୍ରୀ ଜଗନ୍ନାଥ ଭକ୍ତିରେ ଦୁଇ ଭାଇ  । ଜଣାଣ ଗାଇ ଭକ୍ତି ଅର୍ଘ୍ୟ ବାଢିଲେ ନିଆଳିର କାଳି ପ୍ରସନ୍ନ ଏବଂ ଶକ୍ତି ପ୍ରସନ୍ନ ।

93

କନକ ବ୍ୟୁରୋ: କାଳି ପ୍ରସନ୍ନ ଏବଂ ଶକ୍ତି ପ୍ରସନ୍ନ । ଜଣଙ୍କର ଶଦ୍ଦ ଆଉ ଜଣଙ୍କର ସ୍ୱରରେ ନିଜ ପାଇଁ ସୃଷ୍ଟି କରିଛନ୍ତି ନୂଆ ପରିଚୟ । ଏହି ଦୁଇ ଭାଇ କିଛି ବର୍ଷ ହେଲା ମୁମ୍ବାଇରେ ରହୁଛନ୍ତି । ଲୋକପ୍ରିୟ ଓଡିଆ ଜଣାଣ ତିଆରି କରି ବେଶ ସୁନାମ ଅର୍ଜନ କରିଛନ୍ତି ।

 କଟକ ନିଆଳି ବ୍ଲକ ଜଲ୍ଲାରପୁର ପଞ୍ଚାୟତ ଟୋଲାଗୋପିନାଥପୁର ଗାଁର କାଳି ପ୍ରସନ୍ନ ଓ ଶକ୍ତି ପ୍ରସନ୍ନ ମିଶ୍ର ବହୁ ବର୍ଷ ହେଲା ମୁମ୍ବାଇରେ ରହି ଆସୁଛନ୍ତି ଦୁଇ ଭାଇ । ଓଡିଶାରୁ ଦୁରରୁ ରହିଲେ ବି ଉଭୟଙ୍କର ନିଶା ଜଗନ୍ନାଥ ଜଣାଣ ତିଆରି କରିବା । କାଳି ଓ ଶକ୍ତିଙ୍କର ଶ୍ୱରର ଯାଦୁରେ ତିଆରି ହୋଇଛି ଅନ୍ୟ ଏକ ଲୋକପ୍ରିୟ ଜଣାଣ । ଏକାଠି କାମ କରିବାର ଯାତ୍ରା ବହୁ ଦିନରୁ । କେବଳ ଲିରିସିସି ନୁହେଁ ବିଭିନ୍ନ ଡ୍ରାମା କାହାଣୀ ସିରିଏଲ୍ ହିନ୍ଦି ଫିଲ୍ମ ଷ୍ଟୋରୀ ପାଇଁ ବି କାମ କରିଛନ୍ତି କାଳି ପ୍ରସନ୍ନ । ଓଡିଶାର ସଂସ୍କୁତି କଳାକୁ ରାଷ୍ଟ୍ରୀୟ ସ୍ତରରେ ପହଁଚାଇବା ପାଇଁ ପ୍ରଚେଷ୍ଟା କରି ଚାଲିଛନ୍ତି ।