ଓପନ ହାର୍ଟ ସର୍ଜରୀ ପରେ ବି ନିହାଣ ମୂନରେ ପଥରକୁ ଦେଉଛନ୍ତି ଜୀବନ ରୂପ, ସରକାରଙ୍କ ପକ୍ଷରୁ ମିଳୁଛି ମାତ୍ର ୩ଶହ ଟଙ୍କାର ଭତ୍ତା ।

157

କନକ ବ୍ୟୁରୋ: କାଳ ସଂସ୍କୃତି ର ରାଜ୍ୟ ଓଡିଶା, ଏହାର ମନ୍ଦିର ପ୍ରସ୍ତର ସବୁ ପୁରାଣ ଇତିହାସର କଥା କହେ।ଆଉ ଏହି ପ୍ରସ୍ତର ଦେହରେ ଖୋଦେଇ କରି ଯେଉଁ ରୂପ କାର ମାନେ ଏହାକୁ ଜୀବନ୍ତ ରୂପ ଦେଇଥାନ୍ତି ସେମାନଙ୍କ ଜୀବନ ଏବେ ଦୃବି ସୟ । ଏମିତି ଜଣେ ପଥର ର ଜୀବନ୍ତ ରୂପ କାର ବିଶ୍ଵକର୍ମା ରମେଶ ମହାରଣା ।

ଅନେକ ଇତିହାସର ମୁକ ସାକ୍ଷୀ ଖୋର୍ଦ୍ଧା ଜିଲା। ଜିଲାରେ ରହିଛି ମନ୍ଦିର ଗଢ଼ା ପାଇଁ ଉପଯୁକ୍ତ ପଥର ଖଣ୍ଡ । ଆଉ ଏହି ପଥରକୁ ନେଇ ନିଜର ବାଲ୍ୟ ଜୀବନରୁ କାରିଗର ସ୍ୱପ୍ନ ଦେଖନ୍ତି ଅନେକ । ମାଟିରେ ମୃତି ଗଢ଼ାଠୁ ପ୍ରଶିକ୍ଷଣ ଆରମ୍ଭ କରି ପରେ ନିହାଣ ମୁନରେ ଖୋଦେଇ କରି ଗଢନ୍ତି ପଥର ମୂର୍ତି । ସେହି ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଗର୍ଭଣିପଡାର ରମେଶ ମହାରଣ। ଜେଜେ ବାପାଙ୍କ ଠାରୁ ଅନୁପ୍ରଣୀତ ହୋଇ କୌଳିକ ବୃତି ମୃତିରେ ମନ ନିବେଶ କରି ଆସିଛନ୍ତି। ନିଜ ଜୀବନରେ ହଜାର ହଜାର ମୂର୍ତି ଗଢି ବିଭିନ୍ନ ସ୍ଥାନକୁ ପଠାଇଛନ୍ତି ରମେଶ । ପ୍ରାୟ ୨୫ରୁ ଅଧିକ ମନ୍ଦିରରେ ସୁନ୍ଦର କାରୁକାର୍ଯ କରି ସାରିଛନ୍ତି ।

ହାତରେ ନିହାଣ ଧରିଲେ ମନରେ ଆଙ୍କି ହୋଇଯାଏ ସୁନ୍ଦର ସୁନ୍ଦର କଳାକୃତି । ପଥର ବାଡେଇ ବାଡେଇ ଜୀବନ୍ତ କରିଥିବା ରମେଶଙ୍କ ଏହି ନିହଣ ଯେ ଦିନେ ଥମି ଯିବ ସେ ଆଜିଠୁ ଭାବି ନେଲେଣି। କାହିଁକି ନା ତାଙ୍କର ଓପନ ହାର୍ଟ ସର୍ଜରି ହୋଇ ଲାଗିଛି ସ୍ପେସ ମେକର । ଶାରିରୀକ ଅସୁସ୍ଥତା ସତ୍ୱେ ଏବେ ସେ ନିଜ ନିଳା ଓ ପେଶାକୁ ଜାରି ରଖିଛନ୍ତି । ଏହି ପଥର କଳା ପାଇଁ ସରକାରଙ୍କ ପାଖରୁ ପ୍ରଶିକ୍ଷଣ ନେଇଛନ୍ତି । ସେଥିପାଇଁ ତାଙ୍କୁ ମାସିକ ମାତ୍ର ୩ଶହ ଟଙ୍କାର ଷ୍ଟାଇପେଣ୍ଡ ମିଳୁଛି । ହେଲେ ଆଜିଯାଏ କଳାକାର ଭତା କି ଅନ୍ୟ କୌଣସି ସହାୟତା ମିଳିନଥିବା ସେ କ୍ଷୋଭର ସହ କହିଛନ୍ତି । ସରକାର ବହୁ କଳାକାରଙ୍କୁ ସହାୟତା ଯୋଗାଇ ଦେଉଥିବା ବେଳେ ରମେଶଙ୍କୁ ଅଣଦେଖା କରିବା ପରିତାପର ବିଷୟ ।