ରତ୍ନଭଣ୍ଡାର ପ୍ରଥମ ଦିନର ଲେଜର ସ୍କାନିଂ ଶେଷ । କାଲି ସକାଳେ ପୁଣି ହେବ ସ୍କାନିଂ ।

61

କନକ ବ୍ୟୁରୋ: ଶେଷ ହେଲା ରତ୍ନଭଣ୍ଡାରର ପ୍ରଥମ ଦିନର ସ୍କାନିଂ । ରତ୍ନଭଣ୍ଡାର ବାହାର କାନ୍ଥର ସ୍କାନିଂ ଶେଷ ହୋଇଛି । ଅମୁହାଁ ଦେଉଳ ଉତ୍ତର-ପଶ୍ଚିମ ଓ ଉତ୍ତର-ପୂର୍ବର ଡକ୍ୟୁମେଣ୍ଟେସନ୍ ହୋଇଛି । ୩୭ଟି ପଏଣ୍ଟରେ ଲେଜର ସ୍କାନିଂ ଡକ୍ୟୁମେଣ୍ଟେସନ୍ ଶେଷ ହୋଇଛି ବୋଲି ସୂଚନା ରହିଛି । ତେବେ କାଲି ସକାଳେ ପୁଣିଥରେ ଲେଜର ସ୍କାନିଂ ହେବ । ବାହାର କାନ୍ଥର ଉତ୍ତର ଭାଗର ଲେଜର ସ୍କାନିଂ ହେବ ବୋଲି ଏଏସଆଇ ସୁପରିଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି ।