ମା ନୁହେଁ ରାକ୍ଷସୀ । ନିଜ ୭ ବର୍ଷର ଝିଅକୁ କରାଉଥିଲା ଯୌନ ଶୋଷଣ

91

ଯେଉଁଠି ମା’କୁ ମମତାର ଦେବୀ ବୋଲି କୁହାଯାଏ , ଯେଉଁ ଦେଶରେ ମା’କୁ ସମଗ୍ର ସଂସାର ବୋଲି ବର୍ଣନା କରାଯାଏ ,  ଯେଉଁ ସଂସ୍କୃତିରେ ମା’କୁ ପ୍ରଥମ ଗୁରୁ ବୋଲି କୁହାଯାଏ ସେଇଠି ଏମିତି ଏକ ଘଟଣା ଘଟିଛି ଯାହା ଆପଣଙ୍କ ମୁଣ୍ଡ ତଳକୁ କରିଦେବ । ମା’ ଶବ୍ଦ ଆଜି କେରଳର ସେହି ଶିଶୁଟି ପାଇଁ ଏକ ଅଭିଶାପଠୁ କିଛି କମ ନୁହେଁ ।  ଯେଉଁ ମା’ ନିଜ ଗର୍ଭରୁ ଜନ୍ମ ଦେଇଥିବା ଶିଶୁକୁ ଲଗାତାର ନିଜ ପ୍ରେମୀ ଦ୍ଵାରା ଧର୍ଷଣ କରାଉଛି ତାକୁ ଆପଣ କଣ ବୋଲି କହିବେ ?

ଏହା ହେଉଛି ଏମିତି ଜଣେ ମହିଳାଙ୍କ କାହାଣୀ ଯିଏ ମା’ ଶବ୍ଦକୁ ଲଜ୍ଜିତ କରିଛି । ଏହା ହେଉଛି ୭ ବର୍ଷର ଏକ ଝିଅର କାହାଣୀ ଯାହା ପାଇଁ ମା’ ଶବ୍ଦ କୌଣସି ଅଭିଶାପଠାରୁ କମ୍ ନୁହେଁ । ସେହି କୋମଳମତି ଝିଅଟି ମାନସିକ ଏବଂ ଶାରୀରିକ ଯନ୍ତ୍ରଣାର ଏପରି ଏକ ସମୟ ଦେଇ ଗତି କରିଛି  ଯାହାର କଳ୍ପନା ମାତ୍ରକେ ଜଣଙ୍କର ହୃଦୟ ଭାଙ୍ଗିପଡ଼ିବ । ଦୁଃଖର କଥା ସେହି  ଯନ୍ତ୍ରଣା ତାକୁ ତା ନିଜ ମା’ ହିଁ ଦେଇଛି । ନିଜର କୋମଳମତି ମାତ୍ର ୭ ବର୍ଷର ଝିଅକୁ ନିଜର ପ୍ରେମୀ ପାଖରେ ଏମିତି ପରଷି ଦେଉଥିଲା ଯେମିତି ସିଏ ଗୋଟେ ପଣ୍ୟ ବସ୍ତୁ ।

ମା’ର ପ୍ରେମିକ ସେ ଝିଅକୁ ତା ସାମନାରେ ହିଁ ଧର୍ଷଣ କରୁଥିଲା । ଏସବୁ ଦେଖି ସେ ପିଶାଚୀ ମା’ର ମନରେ ଟିକେ ହେଲେ କଷ୍ଟ ହେଉନଥିଲା 

ମା’ କରାଉଥିଲା ଯୌନଶୋଷଣ

ଏହି ମହିଳା ପ୍ରତିଦିନ ନିଜ ଝିଅକୁ ଯୌନ ଶୋଷଣ କରାଉଥିଲା । କୁନି ଝିଅଟିର ସମ୍ବେଦନଶୀଳ ଅଙ୍ଗ କ୍ଷତାକ୍ତ ହେଉଥିଲେ ମଧ୍ୟ ମା’ ସେସବୁକୁ ଅଣଦେଖା କରିଦେଉଥିଲା । ମା’ ସାମନାରେ ସେ ରାକ୍ଷସ ପ୍ରବୃତ୍ତିର ତା ପ୍ରେମିକ ଝିଅକୁ ଅତ୍ୟନ୍ତ ନୃଶଂସ ଭାବେ ଧର୍ଷଣ କରେ । ଦିନେ କି ଦୁଇ ଦିନ ନୁହେଁ ପ୍ରାୟ ବର୍ଷେ ଧରି ସେ ଝିଅଟି ଏପରି ନିର୍ଯାତନାର ଶିକାର ହେଇ ଚାଲିଥିଲା । ଏମିତି କାହାଣି ଶୁଣି ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ ଯେ ଏତେ କମ ବଯସର ଝିଅଟେ ଏତେ କଷ୍ଟ କେମିତି ସହିଲା ।

୨୦୧୮ ରୁ ୨୦୧୯ ପର୍ଯ୍ୟନ୍ତ ଝିଅଟି ଲଗାତାର ଯୌନ ନିର୍ଯାତନାର ଶିକାର ହେଉଥିଲା ।  ସେ ଯନ୍ତ୍ରଣା ସହିବାକୁ ବାଧ୍ୟ ହେଉଥିଲା । କାହାକୁ ବା କହିବ ? ଯେଉଁ ମା’କୁ ନିଜ କଷ୍ଟ କହିଥାନ୍ତା ସେହି ମା ହିଁ ତ ଏସବୁ କରାଉଥିଲା ।

୭ ବର୍ଷର କୁନି ଝିଅର ଭୟଙ୍କର କାହାଣୀ 

ଅଭିଯୁକ୍ତ ମହିଳାଙ୍କର ଦୁଇଟି ଝିଅ ଥିଲେ। ସ୍ୱାମୀ ମାନସିକ ରୋଗରେ ପୀଡ଼ିତ ।  ଏହି ସମୟ ମଧ୍ୟରେ ଏହି ମହିଳା ଶିଶୁପାଲ ନାମକ ଜଣେ ବ୍ୟକ୍ତିଙ୍କ ସହ ପ୍ରେମ ସମ୍ପର୍କରେ ପଡ଼ିଥିଲା । ନିଜ ପ୍ରେମିକକୁ ଖୁସି କରିବା ପାଇଁ ସେ ନିଜ ସାନ ଝିଅକୁ ମଧ୍ୟ ଏହି ବ୍ୟକ୍ତିଙ୍କ ନିକଟକୁ ଉପଭୋଗ କରିବା ପାଇଁ ପଠାଇ ଦେଉଥିଲା । ସେହି ସମୟରେ ଝିଅଟିକୁ ମାତ୍ର ୭ ବର୍ଷ ହୋଇଥିଲା ।  ଅଭିଯୁକ୍ତ ମହିଳା ଜଣକ ନିଜ ଝିଅକୁ ନିଜର ପ୍ରେମୀ ଶିଶୁପାଲ ଘରକୁ ନେଇଯାଉଥିଲେ । ଯେଉଁଠି ଶିଶୁପାଳ ଝିଅକୁ ବଳାତ୍କାର କରୁଥିଲା । ଏହିପରି କ୍ରମ ପ୍ରାୟ ବର୍ଷେ ଧରି ଜାରି ରହିଥିଲା । ଝିଅଟି ମା କୁ ତାର ପ୍ରାଇଭେଟ ପାର୍ଟରେ ଯନ୍ତ୍ରଣା ହେଉଥିବାର ବାରମ୍ବାର ଜଣାଇଥିଲା କିନ୍ତୁ ମା’ ସେ ସବୁ ଶୁଣି ନଶୁଣିଲା ପରି ଆଡେଇ ଦେଇଥାଏ ।  ନିଜ ପ୍ରେମିକକୁ ଖୁସି କରିବା ପାଇଁ ମା’ ଏତେ ତଳକୁ ଖସି ଯାଇପାରେ ତାହା କଳ୍ପନାର ବାହାରେ ।

ପିତା ମାନସିକ ରୋଗୀ ସ୍ବାମୀ ମାନସିକ ରୋଗରେ ପୀଡ଼ିତ । ସେ କିଛି ଜାଣି ପାରନ୍ତି ନାହିଁ ।  ଝିଅଟିର ବଡ଼ ଭଉଣୀକୁ ୧୧ ବର୍ଷ ହେଇଥାଏ । ପୁର ଘରକୁ କବଜା କରି ରଖିଥାଏ ଆରୋପି ମହିଳା ଜଣକ । ଦିନେ ସୁଯୋଗ ପାଇ ଝିଅଟି ତା ବଡ଼ ଭଉଣୀକୁ ସବୁକଥା କହିଦେଲା । ସେମାନେ ଦୁଇ ଜଣ ସୁଯୋଗ ଉଣ୍ଡୀ ଦିନେ ଜେଜେମା ଘରକୁ ଯାଇ ତାଙ୍କୁ ସବୁକଥା ବର୍ଣନା କରି କହିଦେଲେ । ଏ କଥା ସବୁ ଶୁଣି ଜେଜେମା ମୁଣ୍ଡରେ ହାତ ଦେଇ ବସିଲା । କଣ କରିବ କିଛି ବୁଦ୍ଧି ନପାଇ ପୋଲିସ ପାଖକୁ ଯାଇ ଅଭିଯୋଗ କରିଥିଲେ । ଏହାପରି ଭାବରେ ପୁରା ମାମଲା ଲୋକଲୋଚନକୁ ଆସିଥିଲା ।

ଏହି ମାମଲା କେରଳ ହାଇକୋର୍ଟରେ ଦୀର୍ଘଦିନ ଧରି ଚାଲିଥିଲା । ମାମଲାର ବିଚାର କରି ବିଚାରପତି ସମ୍ପୃକ୍ତ ମହିଲାକୁ ୪୦ ବର୍ଷର ସଶ୍ରମ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି । ଏହି ଘଟଣାର ବିଚାର କରୁଥିବା ଜଜ ରେଖା ସିଂ କହିଛନ୍ତି ଏହା ଏକ ଅତ୍ୟନ୍ତ ସଂବେଦନଶୀଳ ଘଟଣା ଅଟେ । ଯେଉଁଥିରେ ମା’ ଶବ୍ଦକୁ ଅଭିଯୁକ୍ତ ମହିଳା ଜଣକ ଅପମାନିତ କରିଛନ୍ତି । ତାଙ୍କୁ କଠିନରୁ କଠିନ ସଜା ଦେବ ଉଚିତ । ମହିଳା ଜଣକ ପ୍ରଥମେ ନିଜର ବଡ଼ ଝିଅ ପ୍ରତି ମଧ୍ୟ ସେହିପରି ଯୌନଶୋଷଣ କରାଉଥିଲା । ପରେ ଭାବିଲା ଛୋଟ ପିଲା ଦ୍ଵାରା ଏମିତି କଲେ ବିପଦ କମ କରଣ ସେ କାହାକୁ କିଛି କହି ପାରିବନି ।

ଘଟଣାର ଅନ୍ୟ ଆରୋପୀ ଶିଶୁପାଳ ପୂର୍ବରୁ ଆତ୍ମହତ୍ୟା କରିସାରିଛି ।