ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟି-୨୦: ଟସ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଭାରତ

60

କନକ ବ୍ୟୁରୋ: ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ । ଆଜିର ମ୍ୟାଚରେ ଟସ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ ଭାରତ । ଆଜିର ମ୍ୟାଚ ଦୁଇ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ । ଭାରତ ଆଜି ମ୍ୟାଚ ଜିତି ସିରିଜ କବଜା ଲକ୍ଷ୍ୟରେ ରହିବ । ସେହିପରି ଅଷ୍ଟ୍ରେଲିଆ ମ୍ୟାଚ ଜିତି ସିରିଜ ହାରିବାରୁ ରକ୍ଷା ପାଇବାକୁ ଚେଷ୍ଟା କରିବ । ଭାରତ ୫ଟିକିଆ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ୨-୦ରେ ଆଗୁଆ ରହିଛି ।