ରାଜଧାନୀରେ ବୁଲୁଛି ବଣୁଆ ହାତୀ! ଦିନ ଦ୍ୱିପ୍ରହରରେ ଲୋକଙ୍କୁ କଲା ଆତଙ୍କିତ

33

କନକ ବ୍ୟୁରୋ : ରାଜଧାନୀରେ ଦନ୍ତା । ଭୁବେନଶ୍ୱର ଘାଟିକିଆ ସ୍ଥିତ ଓୟୁଏଟି ଫାର୍ମ ହାଉସରେ ପଶିଲା ଦନ୍ତାହାତୀ । ଭରତପୁର ଜଙ୍ଗଲରୁ ଏହି ହାତୀ, ଓୟୁଏଟି ଫାର୍ମ ହାଉସକୁ ପଶି ଆସିଥିବା ଅନୁମାନ କରାଯାଉଛି । ହାତୀ ଯାଉଥିବା ରାସ୍ତାରେ ଥିବା ଏକ ଲୁହା ଗେଟକୁ ଦଳି ଦେଇଛି ଦନ୍ତା । ଏବେ ହାତୀଟି ସ୍ଥାନୀୟ ଅଂଚଳରେ ଘୁରି ବୁଲୁଛି ।

ସ୍ମାର୍ଟ ସିଟିରେ ଦୈାଡିଲା ଦନ୍ତାହାତୀ । ଖାଦ୍ୟ ପାଇଁ ଫାର୍ମରେ ପଶି ଫସିଗଲା ଗଜରାଜ । ଆଜି ରାଜଧାନୀ ଭୁବନେଶ୍ୱର ଘାଟିକିଆରେ ଥିବା ଓୟୁଏଟି ଫାର୍ମର ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଫାର୍ମ କାର୍ଯ୍ୟାଳୟ ନିକଟରେ ବୁଲୁଛି ଜଙ୍ଗଲୀ ଦନ୍ତା । ଏପରିକି ଗେଟ ଓ ପାଚେରୀ ଭାଙ୍ଗି ରାଜରାସ୍ତାରେ ମଧ୍ୟ ଦୈାଡୁଛି । ଗୁରୁବାର ସକାଳୁ ଏଭଳି ଘଟଣା ସ୍ଥାନୀୟ ଜନସାଧାରଣଙ୍କ ଭିତରେ ଆତଙ୍କ ସୃଷ୍ଟି କରିଛି । ଖାଦ୍ୟ ଅନ୍ୱେଷଣରେ ଦନ୍ତା ହାତୀ ନିକଟସ୍ଥ ଭରତପୁର ହସ୍ତୀ ଅଭୟାରଣ୍ୟରୁ ଏଠାକୁ ଚାଲିଆସିଥିବା ସନ୍ଦେହ କରାଯାଉଛି ।

ପରେ ହାତୀଟି ଜଙ୍ଗଲ ବିଜ୍ଞାନ ବିଭାଗ ଫାର୍ମ ହାଉସ ଭିତରେ ଲୁଚି ଯାଇଥିଲା । ଆଉ ହାତୀକୁ ଜଗି ରହିଥିଲେ ବନବିଭାଗ କର୍ମଚାରୀ । ଅନୁକୁଳ ସମୟ ଦେଖି ହାତୀକୁ ଜଙ୍ଗଲ ଭିତରକୁ ଘଉଡାଇବା ପାଇଁ ଉଦ୍ୟମ କରିବ ବନ ବିଭାଗ । କିନ୍ତୁ ସହର ଭିତରକୁ ହାତୀ ଆସିବା ଫଳରେ ଏବେ ସାଧାରଣ ଲୋକ ଆତଙ୍କିତ ହୋଇ ପଡିଛନ୍ତି ।