ଫେବୃୟାରୀରେ ରେକର୍ଡ ଭାଙ୍ଗୁଛି ତାତି! ଏ ବର୍ଷ ଡହଡହ ଖରାରେ ସିଝିବ ଓଡ଼ିଶା

34

କନକ ବ୍ୟୁରୋ : ମାଡି ଆସୁଛି ଖରା । କିଛି ଦିନ ତଳେ ଯେମିତି ହାଡ଼ ଭଙ୍ଗା ଶୀତ, ସେମିତି ଏ ବର୍ଷ ଗରମ ହେବ ବୋଲି ଅନୁମାନ କରୁଛି ଭୁବନେଶ୍ୱରର ଆଂଚଳିକ ପାଣିପାଗ କେନ୍ଦ୍ର । ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରୁ ତାପମାତ୍ରା ବଢିବାରେ ଲାଗିଛି । ୩୫ ଡିଗ୍ରୀ ଉପରେ ରହିଛି ରାଜ୍ୟର ଚାରିଟି ସହରର ତାପମାତ୍ରା । ଟିଟିଲାଗଡ଼, ସମ୍ବଲପୁର, ତାଳଚେର, ଅନଗୁଳ ସହରରେ ବଢିବାରେ ଲାଗିଛି ତାତି । ଫେବ୍ରୁଆରୀ ମାସରେ ଯେତିକି ତାପମାତ୍ରା ରହିବା କଥା ତାହାଠାରୁ ୪ ଡିଗ୍ରୀ ଉପରେ ରହିଛି ପାରଦ ।

ଗତ ୧୦ ବର୍ଷରେ ଫେବ୍ରୁଆରୀ ମାସରେ ୩ ଥର ୪୦ ଛୁଇଁଛି ତାପମାତ୍ରା । ଏବର୍ଷ ମଧ୍ୟ ଏହି ମାସର ଶେଷ ଆଡକୁ ୪୦ ଡିଗ୍ରୀ ପାରଦ ଛୁଇଁବା ଆକଳନ କରାଯାଉଛି । ୨୦୧୬ ଫେବ୍ରୁଆରୀ ୨୦ ତାରିଖରେ ତାପମାତ୍ରା ଥିଲା ୪୦.୯ ଡିଗ୍ରୀ ତାପାମାତ୍ରା । ଫେବ୍ରୁଆରୀ ମାସ ପୂର୍ବରୁ ଆବଶ୍ୟକ ପରିମାଣର ବର୍ଷା ନହେଲେ ତାପମାତ୍ରା ବୃଦ୍ଧି ପାଇଥାଏ ବୋଲି କହିଛନ୍ତି ଆଂଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଶରତ ସାହୁ । ପୂର୍ବରୁ ଟ୍ରପ ଲାଇନ ଥିବାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା କମ ରହିଥିଲା କିନ୍ତୁ ଏବେ ଗତକାଲି ଠାରୁ ତାପମାତ୍ରା ବଢିବାରେ ଲାଗିଛି ।