ଆମ ଆଦମୀ ପାର୍ଟିକୁ ମିଳିଲା ଜାତୀୟ ଦଳର ମାନ୍ୟତା : ଘୋଷଣା କଲେ ନିର୍ବାଚନ କମିଶନ

146

କନକ ବ୍ୟୁରୋ : ଆମ୍ ଆଦମୀ ପାର୍ଟିକୁ ମିଳିଲା ଜାତୀୟ ଦଳର ମାନ୍ୟତା । ନିର୍ବାଚନ କମିଶନ ଏହି ଘୋଷଣା କରିଛନ୍ତି । ସେପଟେ ତିନି ଦଳ ଜାତୀୟ ଦଳର ମାନ୍ୟତା ହରାଇଛନ୍ତି । ତୃଣମୂଳ କଂଗ୍ରେସ, ସିପିଆଇ ଓ ଏନସିପି ଠାରୁ ଜାତୀୟ ଦଳର ମାନ୍ୟତା ପ୍ରତ୍ୟାହାର କରିଛନ୍ତି ନିର୍ବାଚନ କମିଶନ । ଏହାଛଡ଼ା ନିର୍ବାଚନ କମିଶନ ଆନ୍ଧ୍ରପ୍ରଦେଶର ଭାରତ ରାଷ୍ଟ୍ରୀୟ ସମିତି ଓ ରାଷ୍ଟ୍ରୀୟ ଲୋକ ଦଳ ଠାରୁ ମଧ୍ୟ ଆଞ୍ଚଳିକ ଦଳର ମାନ୍ୟତା ପ୍ରତ୍ୟାହାର କରିନେଇଛନ୍ତି ।

ନିର୍ବାଚନ କମିଶନ ମୁତାବକ, ଏହି ଦଳ ଗୁଡ଼ିକ ନିର୍ବାଚନରେ ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲେ । ଏଥିପାଇଁ ଦଳ ଗୁଡ଼ିକଠାରୁ ମାନ୍ୟତା ପ୍ରତ୍ୟାହାର କରାଯାଇଛି । ଏହି ଦଳଗୁଡିକୁ ୨ଟି ଲୋକସଭା ନିର୍ବାଚନ ଓ ୨୧ ରାଜ୍ୟ ବିଧାନସଭା ନିର୍ବାଚନରେ ପର୍ଯ୍ୟାପ୍ତ ସୁଯୋଗ ମିଳିଥିଲା । ଆଉ ପ୍ରଦର୍ଶନକୁ ଆଧାର କରି ରିଭ୍ୟୁ କରାଯାଇଥିଲା ଏବଂ ଜାତୀୟ ଦଳର ମାନ୍ୟତା ପ୍ରତ୍ୟାହାର କରାଯାଇଛି ।