ଧରାପୃଷ୍ଠକୁ ବିରାଜିବେ ମା’ ଦଶଭୂଜା  : ରାତି ପାହିଲେ ଆରମ୍ଭ ହେବ ମା’ଙ୍କ ଷଷ୍ଠୀ ପୂଜା

427
କନକ ବ୍ୟୁରୋ : ରାତି ପାହିଲେ ଆରମ୍ଭ ହେବ ମା’ଙ୍କ ଷଷ୍ଠୀ ପୂଜା ।  ମଣ୍ଡପରେ ମା ଜଗଦାତ୍ରୀଙ୍କୁ ପୂଜାର୍ଚ୍ଚନା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି ।  ମା’ଙ୍କର ଆଗମନ ପାଇଁ ସଜେଇ ହୋଇଛି ପୁରପଲ୍ଲୀ । ଦୁର୍ଗାଙ୍କ ଆବାହନ ଲାଗି ପ୍ରସ୍ତୁତ ହୋଇଛନ୍ତି ପୂଜା କମିଟି । ଷଷ୍ଠୀଠାରୁ ହିଁ ଆରମ୍ଭ ହୋଇଯିବ ମା’ଙ୍କର ଆରଧାନା । ସପ୍ତମୀ, ମହାଅଷ୍ଟମୀର ସନ୍ଧିପୂଜା, ନବମୀ ପୂଜା ଓ ଦଶହରାରେ ବ୍ରାହ୍ମଣ ସେବାୟତ ମା’ଙ୍କୁ କରିବେ ଆରଧାନା । କେବଳ ପୂଜାମଣ୍ଡପରେ ନୁହେଁ ଘରେ ଘରେ ମଧ୍ୟ ମା’ଙ୍କୁ ଅନେକ କରନ୍ତି ଅର୍ଚ୍ଚନା । ଦୁର୍ଗାପୂଜା ଲାଗି ସାରା ରାଜ୍ୟରେ ପ୍ରସିଦ୍ଧ ଲାଭ କରିଛି କଟକ ସହର ।
ଚାନ୍ଦି ଓ ସୁନା ମେଢରେ ଝଲସିଉଠିବ ମା’ଙ୍କର ମୁଣ୍ମୟୀ ମୂର୍ତ୍ତୀ । ଦେବୀଙ୍କ ଆଶିଶ ଲାଭ କରିବେ ଶ୍ରଦ୍ଧାଳୁ । ଦୁର୍ଗାପୂଜା ଲାଗି ସାରା ରାଜ୍ୟରେ ପ୍ରସିଦ୍ଧ ଲାଭ କରିଛି କଟକ ସହର । କେବଳ ଯେ, କଟକ ସହର ତାହା ନୁହେଁ ରାଜ୍ୟର ଅନେକ ସହର ତଥା ରାଜଧାନୀ ଭୁବନେଶ୍ୱର, ରାଉରକେଲା, ପୁରୀ, ବାଲେଶ୍ୱର, ଯାଜପୁର ଆଦି ଅନେକ ସହରରେ ବେଶ ଯାକଜମକରେ ପୂଜା କରିବା ପାଇଁ ଚାଲିଛି ପ୍ରସ୍ତୁତି ।
ପୂଜାମଣ୍ଡପ ସହ ବିଭିନ୍ନ ଦେବୀ ପୀଠରେ ବି ମା’ଙ୍କର ଚାଲିଛି ଷୋଡଶ ଉପଚାର ପୂଜା । ଯାଜପୁରର ମା’ବିରଜା, ଝଂକଡର ମା’ ଶାରଳା, କାକଟପୁରର ମା’ ମଙ୍ଗଳା, ବାଙ୍କୀର ମା’ ଚର୍ଚ୍ଚକା, ବାଣପୁରର ଭଗବତୀ, ପୁରୀର ମା’ ବିମଳା, ଘଟଗାଁର ମା’ ତାରିଣୀ ଓ ସମ୍ବଲପୁରର ମା’ ସମଲେଶ୍ୱରୀ ପୀଠରେ ବି ଚାଲିଛି ଷୋଡଶ ଉପଚାର ପୂଜା ।  କହିବାକୁ ଗଲେ ପାର୍ବଣ ଋତୁରେ ସାରା ରାଜ୍ୟ ଉତ୍ସବ ମୁଖର ହୋଇଉଠିଛି । ଚଳିତଥର ପାଗ ଭଲ ଥିବାରୁ ପୂଜା ବଜାର ବେଶ ଜମିବ ବୋଲି ଆଶା ରଖିଛନ୍ତି ବିଭିନ୍ନ ପୂଜା କମିଟି ।