ଜୀବନ ନେଲା ଯୌତୁକ ରାକ୍ଷସ : ପ୍ରେମ ବିବାହର ୨ ମାସ ପରେ ଆତ୍ମହତ୍ୟା କଲେ ଦମ୍ପତି

1,338

କନକ ବ୍ୟୁରୋ : ଯୌତୁକକୁ ନେଇ ଝଗଡ଼ା ହେବାପରେ ନବବିବାହିତ ଦମ୍ପତିଙ୍କ ଆତ୍ମହତ୍ୟା । ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ବ୍ଲକର ଅଂଚଳରେ ସାନ ନଇରି ଗ୍ରାମରେ ଜଣେ ନବ ଦମ୍ପତିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ମିଳିଥିବା ସୂଚନା ଅନୁଯାୟୀ ବାଣପୁର ଥାନା ଚିଲିକା ବ୍ଲକ ଅନ୍ତର୍ଗତ ସାନ ନଇରି ଗାମର ସ୍ବର୍ଗତ ସନାତନ ସାହୁ(୨୨) ପୁରୀ ଜିଲ୍ଲା ଅନ୍ତର୍ଗତ କଣାସ ଥାନାର ବସନ୍ତପୁରର ବାଆଜୀ ଜେନାଙ୍କ ଝିଅ ଶିବାନୀଙ୍କୁ ଦୁଇ ମାସ ତଳେ ପ୍ରେମ ବିବାହ କରିଥିଲେ ।

ଗତକାଲି ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଯୌତୁକକୁ ନେଇ ଝଗଡ଼ା ହୋଇଥିଲା । କିଛି ସମୟପରେ ସନାତନ ଘରୁ ବାହାରି ଚାଲିଯାଇଥିଲେ । ଏହି ସମୟରେ ରାତି ପ୍ରାୟ ୧ଟା ବେଳକୁ ରାଗିଯାଇ ଶିବାନୀ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ । ଘରକୁ ଫେରିବାପରେ ସନାତନ ଦେଖିଲେ ଶିବାନୀ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି ।

ସେ ଏକଥା ମାଆଙ୍କୁ କହିବାପରେ ମାଆ ବାଣପୁର ଥାନାକୁ ଖବର ଦେଇଥିଲେ । ପୁଲିସ୍ କାଳେ ତାଙ୍କୁ ଗିରଫ କରିବ ସେହି ଭୟରେ ସନାତନ ବି ଘରେ ପଶିଯାଇ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ । ସକାଳେ ବାଣପୁର ଥାନା ଅଧିକାରୀ ସଂଜୟ କୁମାର ପଟ୍ଟନାୟକ ପହଞ୍ଚି ଘଟଣା ସଂପର୍କରେ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ।