ପୁଣି କାଶ୍ମୀର ମାମଲାରେ ମୁଣ୍ଡ ଖେଳାଇଲା ଆମେରିକା। ଟ୍ରମ୍ପ କହିଲେ, ମୋଦି ଚାହିଁଲେ ମଧ୍ୟସ୍ଥତା ପାଇଁ ପ୍ରସ୍ତୁତ

ପୂର୍ବରୁ ଭାରତର ମଧ୍ୟସ୍ଥତା ପ୍ରସ୍ତାବ ନେଇ ମିଛି କହିଥିଲେ ଡୋଲାଲ୍ଡ ଟ୍ରମ୍ପ

223

କନକ ବ୍ୟୁରୋ: ପୁଣି ଥରେ କାଶ୍ମୀର ମାମଲାରେ ମୁଣ୍ଡ ଖେଳାଇଲା ଆମେରିକା । କାଶ୍ମୀରକୁ ନେଇ ମଧ୍ୟସ୍ଥତା କରିବାକୁ ଆଗ୍ରହ ଦେଖାଇଛନ୍ତି ଟ୍ରମ୍ପ । କହିଛନ୍ତି ଭାରତ ପ୍ରଧାନମନ୍ତ୍ରୀ ମୋଦି ଚାହିଁଲେ କାଶ୍ମୀର ମାମଲାରେ ହେବ ମଧ୍ୟସ୍ଥତା । ଟ୍ରମ୍ପ କହିଛନ୍ତି, ମୁଁ ଇମ୍ରାନ ଖାନଙ୍କ ସହ କଥା ହୋଇଛି, ମୋତେ ଲାଗୁଛି ଦୁଇ ଦେଶ ଏହାକୁ ନେଇ ଆଲୋଚନାକୁ ଆସିବା ଆବଶ୍ୟକ । ଏହା ବାଦ ଟ୍ରମ୍ପ କହିଛନ୍ତି, ଯଦି ଦୁଇ ଦେଶକୁ ଲାଗୁଛି କାଶ୍ମୀର ମାମଲାକୁ ନେଇ ମଧ୍ୟସ୍ଥତା ଆବଶ୍ୟକ , ତେବେ ସେ ଏନେଇ କିଛି କରିପାରିବେ ।

କିଛି ଦିନ ତଳେ ଆମେରିକା ଗସ୍ତରେ ଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ସେତେବେଳେ ଟ୍ରମ୍ପ ପ୍ରଥମେ କହିଥିଲେ କାଶ୍ମୀର ମାମଲାରେ ମଧ୍ୟସ୍ଥତା ନେଇ ତାଙ୍କୁ ମୋଦୀ କହିଛନ୍ତି । ଟ୍ରମ୍ପଙ୍କ ଏହି ବୟାନକୁ ନେଇ ଭାରତ ଓ ଆମେରିକାରେ ବିବାଦ ଜୋର ଧରିବା ପରେ ସଫେଇ ରଖିଥିଲା ହ୍ୱାଇଟ୍ ହାଉସ । ଭାରତରେ ସଂସଦରେ ବୈଦେଶିକ ମନ୍ତ୍ରୀ ଏହାକୁ ନେଇ ଉତର ରଖି କହିଥିଲେ କେବେ ବି କାଶ୍ମୀର ମାମଲାକୁ ନେଇ ମଧ୍ୟସ୍ଥତା କରିବାକୁ ଆମେରିକାକୁ କହିନି ଭାରତ ।

ଏହା କେବଳ ଏକ ଦ୍ୱିପାକ୍ଷିକ ମାମଲା । ଏହା ସେତେବେଳେ ସଂଭବ ଯେତେବେଳେ ପାକିସ୍ତାନ ନିଜ ମାଟିରୁ ଆତଙ୍କବାଦ ସଫା କରିବ । ଟ୍ରମ୍ପଙ୍କ ବୟାନକୁ ନେଇ ବିବାଦ ଥମିନଥିବା ବେଳେ କାଶ୍ମୀରକୁ ନେଇ ମଧ୍ୟସ୍ଥତାର କଥା ପୁଣି ଥରେ ଦୋହରାଇଛନ୍ତି ଟ୍ରମ୍ପ ।