ଧାମନଗର ଉପନିର୍ବାଚନ : ପ୍ରାର୍ଥିପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ

84

କନକ ବ୍ୟୁରୋ : ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ଦିବଂଗତ ବିଷ୍ଣୁସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ । ନିରାଡମ୍ବରରେ ଉପଜିଲ୍ଲାପାଳ ଅଫିସରେ ସୂରଜ ନାମାଙ୍କନ ଭରିଛନ୍ତି । ଏହି ସମୟରେ ତାଙ୍କ ସାଥିରେ ଭଉଣୀଙ୍କ କିଛି ସମର୍ଥକ ଉପସ୍ଥିତ ଥିଲେ । ନାମାଙ୍କନ ଭରିବା ପୂର୍ବରୁ ପୈତୃକ ଗାଁ ତିହିଡି ମଙ୍ଗରାଜପୁର ଓ ଭଦ୍ରକ ସ୍ଥିତ କୁଆଁସ ବାସଭବନରେ ସୂରଜ ବାପାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଗାଁ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ।

ବିଜେଡି ଓ କଂଗ୍ରେସର ପ୍ରାର୍ଥୀ କିଏ ହେବେ ତାକୁ ନେଇ ସସପେନ୍ସ ଜାରି ରହିଛି । ଏହାରି ଭିତରେ ଆଜି କଂଗେସ ପ୍ରାର୍ଥଙ୍କ ନାମ ଘୋଷଣା କରିବ ବୋଲି କହିଛି । କଂଗ୍ରେସର ଧାମନଗର ଉପନିର୍ବାଚନ କମିଟିରେ ନାଁ ଚୂଡାନ୍ତ ହୋଇସାରିଛି । ଏଆଇସିସିକୁ ନାଁ ପଠାଯାଇଛି । ସ୍ଥାନୀୟ ଅଂଚଳର ବ୍ୟକ୍ତିକୁ ହିଁ ପ୍ରାର୍ଥୀ କରାଯିବ ବୋଲି କଂଗ୍ରେସ ସଙ୍କେତ ଦେଇଛି । ଦଳ ଏକାଠି ହୋଇ ଲଢିବ ଓ ବିଜେଡିକୁ ଟକ୍କର ଦେବ ବୋଲି ପିସିସି ସଭାପତି କହିଛନ୍ତି ।

କଂଗ୍ରେସରେ ଦୁଇଟି ନାଁକୁ ନେଇ ଚର୍ଚ୍ଚା ହେଉଛି । ବାବା ହରେକଷ୍ଣ ସେଠୀ ଓ ପୂର୍ବତନ ବିଧାୟକ ପଂଚାନନ ମଣ୍ଡଳ ଟିକେଟ ଦୌଡରେ ଅଛନ୍ତି । ହେଲେ ସମସ୍ତଙ୍କ ନଜର ରହିଛି କିଏ ହେବ ବିଜେଡିର ପ୍ରାର୍ଥୀ । ଏ ନେଇ ଦଳର ଘନ ଘନ ବୈଠକ ଚାଲିଛି ।