କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଶଶି ଥରରୁଙ୍କ ପ୍ରବେଶ, ପାର୍ଟି କାର୍ଯ୍ୟାଳୟରୁ ମଗାଇଲେ ନାମାଙ୍କନ ଫର୍ମ

106

କନକ ବ୍ୟୁରୋ : କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ନେଇ ପୁଣି ଏକ ରୋଚକ ଖବର ଆସିଛି । ଗୋଟିଏ ପଟେ ଅଶୋକ ଗେହଲଟ ଅଧ୍ୟକ୍ଷପଦ ପାଇଁ ପ୍ରାର୍ଥୀ ହେବା ନେଇ ସ୍ପଷ୍ଟ ହୋଇଥିବା ବେଳେ ଏବେ ତାଙ୍କର ପ୍ରତିଦ୍ୱନ୍ଦୀ ସାଜିବାକୁ ଯାଉଛନ୍ତି କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ଶଶି ଥରରୁ । ଅଶୋକ ଗେହଲଟଙ୍କ ସହ ଅଧ୍ୟକ୍ଷ ପଦ ଦୌଡରେ ଶଶି ଥରୁରଙ୍କ ନାଁ ବି ଥିଲା । ହେଲେ ଆଜି ସେ ଦଳୀୟ କାର୍ଯ୍ୟାଳୟର ନାମାଙ୍କନ ଫର୍ମ ମଗାଇ ନେବା ପରେ ଏହା ସ୍ପଷ୍ଟ ହୋଇଛି କି ସେ ବି ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ହେବାକୁ ଯାଉଛନ୍ତି ।

୨୦ ବର୍ଷ ପରେ ପୁଣି କଂଗ୍ରେସର ଅଧ୍ୟକ୍ଷପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ହେଲେ ଏଥର ସବୁଠାରୁ ବଡକଥା କି କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଗାନ୍ଧୀ ପରିବାରରୁ କେହି ବି ପ୍ରାର୍ଥୀ ହେଉନାହାଁନ୍ତି । ରାହୁଲ ଗାନ୍ଧୀ ଏବେ ଭାରତ ଯୋଡ ଯାତ୍ରାର ନେତୃତ୍ୱ ନେଉଛନ୍ତି । ସେପଟେ ସେ ୨୦୧୯ ରେ ଦଳର ସୂଚନୀୟ ପରାଜୟ ପରେ ପାର୍ଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଦଳର ଅନ୍ତରୀଣ ଅଧ୍ୟକ୍ଷ ଭାବେ ସୋନିଆ ଗାନ୍ଧୀ ଦାୟିତ୍ୱ ତୁଲାଇ ଆସୁଛନ୍ତି ।

ସେପଟେ ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ଦଳର ଅନ୍ତରୀଣ କନ୍ଦଳ ନେଇ ଗୋଟିଏ ବର୍ଷ ମଧ୍ୟରେ ଅନେକ କଂଗ୍ରେସ ନେତା ଦଳ ଛାଡିସାରିଛନ୍ତି ।