ଅଙ୍କିତା ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ପୁଲକିତର ବାପା, ଭାଇ ବିଜେପିରୁ ବହିଷ୍କୃତ

153

କନକ ବ୍ୟୁରୋ: ଉତ୍ତରାଖଣ୍ଡ ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ପୁଲକିତ ଆର୍ୟ୍ୟର ପିତା ବିନୋଦ ଆର୍ୟ୍ୟ ଓ ଭାଇ ଅଙ୍କିତ ଆର୍ୟ୍ୟକୁ ବିଜେପି ଶନିବାର ପାର୍ଟିରୁ ବହିଷ୍କାର କରିଛି। ଉଭୟଙ୍କୁ ଭାରତୀୟ ଜନତା ପାର୍ଟିରୁ ବହିଷ୍କୃତ କରାଯାଇଥିବା ବେଳେ ଅଙ୍କିତ ଆର୍ୟ୍ୟଙ୍କୁ ଉତ୍ତରାଖଣ୍ଡ ଅନ୍ୟ ପଛୁଆ ବର୍ଗ ଆୟୋଗର ନୋମିନେଟେଡ ଉପାଧ୍ୟକ୍ଷ ପଦରୁ ତୁରନ୍ତ ହଟାଇ ଦିଆଯାଇଛି।

ଏ ନେଇ ଉତ୍ତରାଖଣ୍ଡ ବିଜେପିର ପ୍ରଦେଶ ମହାମନ୍ତ୍ରୀ ରାଜେନ୍ଦ୍ର ସିଂହ ବିଷ୍ଟଙ୍କ ନାମରେ ଜାରି ଏକ ବିବୃତ୍ତିରେ ପ୍ରଦେଶ ଅଧ୍ୟକ୍ଷ ମହେନ୍ଦ୍ର ଭଟ୍ଟ ଅଙ୍କିତା ହତ୍ୟାର ସଜ୍ଞାନ ନେଇ ହରିଦ୍ୱାର ନିବାସୀ ଡା. ବିନୋଦ ଆର୍ୟ୍ୟ ଓ ତାଙ୍କ ପୁତ୍ର ଅଙ୍କିତ ଆର୍ୟ୍ୟଙ୍କୁ ଭାରତୀୟ ଜନତା ପାର୍ଟିରୁ ତତ୍କାଳ ପ୍ରଭାବରେ ବହିଷ୍କାର କରାଯାଇଥିବା କୁହାଯାଇଛି।