ସାବଧାନ! ଚପଲ ପିନ୍ଧି ଗାଡି ଚଲାଇଲେ ଗଣିବାକୁ ପଡିବ ଫାଇନ୍, ଭାରତ ସରକାର ଆଣୁଛନ୍ତି ନୂଆ ନିୟମ

1,151

କନକ ବ୍ୟୁରୋ : ଏଣିକି ଗାଡି ଚାଳକମାନେ ସାବଧାନ ହୋଇଯାଆନ୍ତୁ । ମୋଟର ସାଇକେଲ୍ ଚଲାଇଲା ବେଳେ ଜୋତା ପିନ୍ଧିବା ବାଧ୍ୟତାମୂଳକ ହେବାକୁ ଯାଉଛି । ଚପଲ ପିନ୍ଧି ଗାଡି ଚଳାଇଲେ ଦେବାକୁ ପଡିବ ଫାଇନ୍ । ଭାରତ ସରକାର ସଡକ ପରିବହନ ନିୟମରେ ଅନେକ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି ।
ସଡକ ଦୁର୍ଘଟଣାକୁ ରୋକିବା ପାଇଁ ୧୯୮୯ ମୋଟରଜାନ ଆଇନରେ ଅନେକ ସମୟରେ ପରିବର୍ତ୍ତନ ଆଣିଥାନ୍ତି । ଠିକ୍ ସେହିପରି ଭାରତ ସରକାର ଆଉ ଏକ ନୂଆ ନିୟମ ଆଣିବାକୁ ଯାଉଛନ୍ତି । ନୂଆ ମୋଟରଜାନ ଆଇନ ଅନୁସାରେ, ଗାଡି ଚଲାଇଲା ବେଳେ ଏକ ସ୍ୱତନ୍ତ୍ର ପୋଷାକ ପିନ୍ଧିବାର ପ୍ରବନ୍ଧନ ରହିଛି । ଠିକ୍ ସେହି ନିୟମ ଆଧାରରେ ଗାଡି ଚଲାଇଲା ବେଳେ ଚପନ ନପିନ୍ଧି ଭୁଲ୍ ଜୋତା ପିନ୍ଧିବାକୁ ମଧ୍ୟ ପଡିବ । ଯଦି ଏହି ନିୟମ ଲାଗୁ ହେବା ପରେ କୌଣସି ଲୋକ ଏହାକୁ ଉଲଂଘନ କରନ୍ତି ତାହେଲେ ତାଙ୍କର ଚାଲାଣ କଟାବ ପୋଲିସ । ୧ହଜାର ଟଙ୍କା ପର୍ଯ୍ୟନ୍ତ ଚାଲାଣ କାଟିପାରିବ ପୋଲିସ । କେବଳ ଏତିକି ନୁହେଁ । ବାଇକର ପଛପଟେ ବସୁଥିବା ବ୍ୟକ୍ତି ହାପ୍ ପ୍ୟାଣ୍ଟ ପିନ୍ଧି ବସିପାରିବେ ନାହିଁ । ଯଦି ଏଥିରେ କୌଣସି ବ୍ୟତିକ୍ରମ ଘଟେ ତାହେଲେ ୨ହଜାର ଟଙ୍କା ପର୍ଯ୍ୟନ୍ତ ଚାଲାଣ କଟିବ ।
ନୂଆ ମୋଟରଜାନ ଆଇନ୍ ଅନୁସାରେ ଯଦି କୌଣସି ଗାଡି ଚାଳକଙ୍କ ପାଖରୁ ଦୁଇଟି ଡ୍ରାଇଭିଂ ଲାଇସେନ୍ସ ବାହାରେ ତାହେଲେ ଚାଳକଙ୍କଠୁ ଚାଲାଣ କଟାଯିବାର ନିୟମ ଲାଗୁ କରାଯାଇଛି । ଯଦି କୌଣସି ଚାଳକ ଆପାତକାଳିନ ବାହନ ଯଥା ଆମ୍ବୁଲାନ୍ସ, ଅଗ୍ନିଶମ ବାହୀନି ଗାଡିର ରାସ୍ତା ରୋକେ ତାହେଲେ ସେଭଳି ପରିସ୍ଥିତିରେ, ଉକ୍ତ ଚାଳକଙ୍କୁ ମୋଟା ଅଙ୍କର ଫାଇନ୍ ଦେବାକୁ ପଡିବ । ଉକ୍ତ ଚାଳକଙ୍କୁ ୬ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ଅଥବା ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିପାରେ । ସେହିଭଳି ଟ୍ରାଫିକର ରେଡ୍ ଲାଇଟ୍ ସିଗନାଲ ଭାଙ୍ଗିଲେ ୧୦୦୦ଟଙ୍କାରୁ ନେଇ ୫ହଜାର ଟଙ୍କା ପର୍ଯ୍ୟନ୍ତ ତଣ୍ଡ ଗଣିବାକୁ ପଡିପାରେ ।
ତେବେ ରାସ୍ତାରେ ଯିବା ସମୟରେ ଟ୍ରାଫିକ୍ ନିୟମର ପାଳନ କରିବା ନିହାତି ଆବଶ୍ୟକ । ଏହାଦ୍ୱାରା ଦୁର୍ଘଟଣାକୁ ରୋକାଯାଇପାରିବ । ଏହାଛଡା ଫାଇନ୍ କଟିବାରୁ ମଧ୍ୟ ନିଜକୁ ବଞ୍ଚାଇପାରିବା ।