କମନୱେଲଥ ଗେମ୍ସରେ ଦେଶକୁ ଆଉ ଏକ ସ୍ୱର୍ଣ୍ଣ । ବ୍ୟାଡମିଣ୍ଟନରେ ପିଭି ସିନ୍ଧୁଙ୍କୁ ସ୍ୱର୍ଣ୍ଣ ।

178

କନକ ବ୍ୟୁରୋ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଦେଶକୁ ଆଉ ଏକ ସ୍ୱର୍ଣ୍ଣ ଭେଟି ଦେଇଛନ୍ତି ବ୍ୟାଡମିଣ୍ଟନ ସେନ୍ସେସନ୍ ପିଭି ସିନ୍ଧୁ । ମହିଳା ସିଙ୍ଗଲ୍ସ ଫାଇନାଲରେ କାନାଡାର ଏମ୍. ଲିଙ୍କୁ ୨୧-୧୫, ୨୧-୧୩ ସେଟରେ ହରାଇ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି ସିନ୍ଧୁ । ଏହାସହ ସିନ୍ଧୁ ପ୍ରଥମ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ସିନ୍ଧୁଙ୍କ ଏପରି ବିଜୟ ସହ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୧୯ରେ ପହଞ୍ଚିଛି ।