ଭାରତୀୟ ଡାକ୍ତରଙ୍କ ବଡ ଆବିଷ୍କାର, ଏବେ ୧ ଟଙ୍କାରେ ବି ହୋଇପାରିବ ସ୍ତନ କର୍କଟ ଚିକିତ୍ସା

201

କନକ ବ୍ୟୁରୋ : ଦେଶରେ ଲାଗତର ଭାବେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ରୋଗର ଅଧିକ ମାମଲା ଶେଷ ପର୍ଯ୍ୟାୟରେ ଚିହ୍ନଟ ହୋଇଥାଏ । କିଛି କ୍ଷେତ୍ରରେ ବି ଦୁର୍ବଳ ଅର୍ଥିକ ସ୍ଥିତି କାରଣରୁ ରୋଗୀମାନେ ଏହି ରୋଗର ଚିକିତ୍ସା କରିପାରି ନଥାନ୍ତି । ଫଳରେ ରୋଗୀର ସୁନିଶ୍ଚିତ ମୃତ୍ୟୁ ହୋଇଥାଏ । ହେଲେ ଏବେ ମାତ୍ର ୧ ଟଙ୍କାରେ ଏହି ସ୍ତନ କର୍କଟ ରୋଗର ଚିକିତ୍ସା ହୋଇପାରିବ ବୋଲି ଦାବି କରିଛି କାନୁପୁର ଜିଏସବିଏମ୍ ମେଡିକାଲ କଲେଜ ।

ମେଡିକାଲ କଲେଜର ଏକ ଡାକ୍ତରୀ ଟିମ୍ ସ୍ତନ କର୍କଟ ରୋଗର ସରଳ ଚିକିତ୍ସା ଉଦ୍ଭାବନ କରିଛନ୍ତି । ସେମାନେ କହିଛନ୍ତି କି ଏହି ଟେକନିକ୍ ମାଧ୍ୟମରେ ବିନା ଅପରେସନରେ ରୋଗୀକୁ ଭଲ କରାଯାଇ ପାରିବ । କାନପୁର ଗଣେଶ ଶଂକର ମେଡିକାଲ କଲେଜରେ କେବଳ ୧ ଟଙ୍କାର ଟିକେଟ କାଟି ରୋଗୀମାନେ ସ୍ତନ କର୍କଟର ସଫଳ ଚିକିତ୍ସା ପାଇପାରିବେ । କଲେଜର ଅଧ୍ୟକ୍ଷ ଡାକ୍ତର ସଂଜୟ କାଲା କହିଛନ୍ତି କି ଏହି ଟେକନିକରେ ସ୍ତନକୁ କାଟିବାର ଆବଶ୍ୟକତା ନାହିଁ । କେବଳ ସଂକ୍ରମିତ ହୋଇଥିବା ସ୍ଥାନକୁ ହଟାଇ ଚିକିତ୍ସା କରାଯାଇ ପାରିବ । ଏହି ଟେକନିକକୁ ‘ଓକୋ ମେମୋ’ ବୋଲି କୁହାଯାଉଛି ।

ଏହା କେବଳ ମେଡିକାଲ କଲେଜ ପକ୍ଷରୁ ଦାବି କରାଯାଇ ନାହିଁ । ବରଂ ଦୁଇଜଣ ମହିଳାଙ୍କ କ୍ଷେତ୍ରରେ ଏହାର ପରୀକ୍ଷଣ କରାଯାଇ ସଫଳତା ମିଳିଛି । ଗଣେଶ ଶଂକର ମେଡିକାଲ କଲେଜର ଡାକ୍ତରୀ ଟିମ୍ କହିଛନ୍ତି କି ଯେଉଁ ମହିଳାମାନଙ୍କର ସ୍ତନ କର୍କଟ ୧୫ ପ୍ରତିଶତ ସଂକ୍ରମିତ ହୋଇଥିବ ସେମାନଙ୍କ କ୍ଷେତ୍ରରେ ଭଲ୍ୟୁମ୍ ରିପ୍ଲେସମେଣ୍ଟ ଟେକନିକ୍ ବ୍ୟବହାର କରାଯିବ । ଯଦି ମହିଳାଙ୍କ ସ୍ତନରେ ୧୫ ପ୍ରତିଶତରୁ ଅଧିକ କର୍କଟ ଜୀବାଣୁ ଦ୍ୱାରା ସଂକ୍ରମିତ ହୋଇଥିବ ସେମାନଙ୍କ କ୍ଷେତ୍ରରେ ଭଲ୍ୟୁମ ଡିସପ୍ଲେସମେଣ୍ଟ ଟେକନିକ ଉପଯୋଗ କରାଯିବ । ଏହି ପ୍ରକ୍ରିୟାରେ ସଂପୃକ୍ତ ମହିଳାଙ୍କ ଶରୀରର ଅନ୍ୟ ଅଙ୍ଗରୁ ମାଂସ ଆଣି ସଂପୃକ୍ତ ସଂକ୍ରମିତ ସ୍ଥାନରେ ଯୋଡା ଯାଇଥାଏ । ଏହି ପ୍ରକ୍ରିୟାରେ ଚିକିତ୍ସା ପାଇଁ ରୋଗୀଙ୍କୁ କେବଳ ମେଡିକାଲର ଟିକେଟ ଚାର୍ଜ ୧ ଟଙ୍କା ଦେବାକୁ ପଡିବ ।