ଭାଙ୍ଗିଲା କିଶୋର ମଟନ ଦୋକାନ । ତାଗିଦ ପରେ ବନ୍ଦ ନ କରିବାରୁ କିଶୋର ଭାଇନାଙ୍କ ମଟନ ଦୋକାନ ଉପରେ ବୁଲଡୋଜର ଚଲାଇଲା ବିଏମସି ।

1,932

କନକ ବ୍ୟୁରୋ : ଭାଙ୍ଗିଲା କିଶୋର ଭାଇନାଙ୍କ ମଟନ ଦୋକାନ । ଦୂରଦର୍ଶନ କେନ୍ଦ୍ର ପାଖରେ ଥିବା କିଶୋର ଭାଇନାଙ୍କ ମଟନ ଦୋକାନ ଉପରେ ଚଢିଲା ବିଏମସିର ବୁଲଡୋଜର । ଆଉ ମାଟିରେ ମିଶିଲା କିଶୋର ଭାଇନାଙ୍କ ମଟନ ଦୋକାନ । ଅପମିଶ୍ରିିତ ଖାଦ୍ୟ ପ୍ରସ୍ତୁତି ନେଇ ବିଏମସି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ।

ଦୁଇ ଦିନ ପୂର୍ବେ କିଶୋର ଭାଇନାଙ୍କ ମଟନ ଦୋକାନ ଉପରେ ବିଏମସି ଚଢାଉ କରିଥିଲା । ଅସ୍ୱାସ୍ଥ୍ୟକର ପରିବେଶରେ ରୋଷେଇ ହେଉଥିବା ଦର୍ଶାଇ ବିଏମସିର ଫୁଡ ସେଫଟି ଟିମ ହୋଟେଲ ମାଲିକ କିଶୋରଙ୍କୁ ତାଗିଦ କରିଥିଲା । କେବଳ ଏତିକି ନୁହଁ ଗୁପଚୁପ ଓ ଦହିବରା ବିକ୍ରିର ରେଜିଷ୍ଟସନରେ ବର୍ଷ ବର୍ଷ ଧରି ହୋଟେଲ ଚାଲୁଥିବାରୁ ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା  ବିଏମସିର ଫୁଡ ସେଫଟି ଟିମ୍ । ତରକାରୀରେ ନକଲି ରଙ୍ଗ ଓ ଏକ୍ସପାୟରୀ ସସ୍ ପକାଇବା ସହ ପରିଷ୍କାର ଓ ପରିଚ୍ଛନ୍ନ ଉପରେ ଦୃଷ୍ଟି ଦେଉନଥିଲେ କିଶୋର ଭାଇନା ।

ତେବେ ବିଏମସିର ଚଢାଉ ଓ ତାଗିଦ ପରେ ମଧ୍ୟ ଗତକାଲି ପୁଣିଥରେ ଦୋକାନ ଖୋଲିଥିଲେ କିଶୋର ଭାଇନା । ପୁଣିଥରେ ମଟନ ଦୋକାନ ଖୋଲି ବେପାର ଆରମ୍ଭ କରିଥିଲେ କିଶୋର ।  ସ୍ଥିତି ସୁଧାରିବାକୁ ବିଏମସିକୁ ୪-୫ ଦିନ ମାଗିଥିବା କହିଛନ୍ତି ହୋଟେଲ ମାଲିକ କିଶୋର । ତେବେ ଚଢାଉ ପରେ ବି ଦୋକାନ ଖୋଲାହୋଇଥିବାରୁ ଏହାକୁ ପୁଣି ବନ୍ଦ କରାଯିବ ବୋଲି କହିଥିଲେ ବିଏମସି ଅଧିକାରୀ । ଆଉ ଆଜି ସକାଳୁ ସକାଳୁ କିଶୋର ଭାଇନାଙ୍କ ଦୋକାନ ଉପରେ ବୁଲଡୋଜର ଚଢାଇଥିଲା ବିଏମସି ।

ପୂଜାପୂର୍ବରୁ ଭୁବନେଶ୍ୱରର ହୋଟେଲ , ଫୁଡ ଷ୍ଟଲ ଓ ରେଷ୍ଟୁରାଂଟ ଉପରେ ନଜର ରଖିଛି ବିଏମସି ।  ଫୁଟପାଥ ସମେତ ଅନ୍ୟ ରେଷ୍ଟୁରାଂଟରେ ବି କିଭଳି ରହିଛି ପରିବେଶ ସେନେଇ ଯାଂଚ ଚଳାଇଛି ବିଏମସି ।