ବନ୍ୟା ଚାଲିଗଲା ହେଲେ ଦେଇଗଲା ଦୁର୍ଦ୍ଦଶା : ରାସ୍ତା ଖରାପ ପାଇଁ ଅସୁସ୍ଥ ବୃଦ୍ଧଙ୍କୁ ଲୁନାରେ ବୋହିଲେ ପରିବାର ଲୋକ

81

କନକ ବ୍ୟୁରୋ : ବନ୍ୟା ଚାଲିଗଲା ହେଲେ ଦୁର୍ଦ୍ଦଶା ଗଲା ନାହିଁ । ଅସୁସ୍ଥ ବୃଦ୍ଧଙ୍କୁ ଲୁନାରେ ବୋହିନେଲେ ପରିବାର ଲୋକ । ପିପିଲି କୋଠସାହି ପଞ୍ଚାୟତର ଉପର ଡିହ ସାହିରୁ ଏପରି ଏକ ଚିତ୍ର ଆସିଛି ।

ମିଳିଥିବା ଖବର ଅନୁସାରେ ନିକଟରେ ଆସିଥିବା ବନ୍ୟାରେ ଉପରସାହିର ବନ୍ଧଟି କ୍ଷତିଗସ୍ତ ହେଇଥିଲା । ଆଉ ଯାହାପରେ ଏହି ବନ୍ଧ ଉପରେ ନିର୍ଭର କରୁଥିବା ୩୦୦ ଗ୍ରାମବାସୀଙ୍କ ଏନେଇ ବାରମ୍ଭାର ଅଭିଯୋଗ କରିଥିଲେ ।

ତେବେ ସମ୍ପୁକ୍ତ ଅଞ୍ଚଳଟି କୋଠସାହି ଗ୍ରାମ ପଞ୍ଚାୟତ ଅଧୀନରେ ଆସୁଥିବାରୁ ସ୍ଥାନୀୟ ସରପଞ୍ଚ ଦୀପକ କୁମାର ସାହୁ ଏକ ଅସ୍ଥାୟୀ ରାସ୍ତା ପ୍ରସ୍ତୁତ କରିଥିଲେ । ଆଉ ଏକ ସ୍ଥାୟୀ ରାସ୍ତା ପାଇଁ ପ୍ରଶାସନର ଦୃଷ୍ଟିଗୋଚର କରିଥିଲେ । କିନ୍ତୁ ଏ ରାସ୍ତାର ସ୍ଥାୟୀ ପ୍ରତିକାର ନହେବାରୁ ବିପଦସଙ୍କୁଳ ଅବସ୍ଥାରେ ଗ୍ରାମର ଜଣେ ବୃଦ୍ଧ ବୁହାଯାଉଥିବାର ଚିତ୍ର ଆସିଛି ।