କେବେ ରକ୍ଷକ ତ କେବେ ଶିକ୍ଷକ: ଡ୍ୟୁଟି ପରେ ଗରିବ ପିଲାଙ୍କୁ ପାଠ ପଢାଉଛନ୍ତି କନଷ୍ଟେବଳ 

165

କନକ ବ୍ୟୁରୋ: ସାମଜରେ ପ୍ରାୟ କମ ଲୋକ ଅଛନ୍ତି ଯେଉଁମାନେ ନିଜ ବଳକା ସମୟକୁ ସମାଜର ଭଲ ପାଇଁ ଲଗାଇଥାନ୍ତି । ହେଲେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଅନ୍ୟ ମାନଙ୍କ ଭିତରେ ଉଦହାରଣ ସୃଷ୍ଟି କରନ୍ତି । ତେବେ ଏଭଳି ଏକ ଖବର ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶର ବିଜନୋର ଜିଲ୍ଲାରେ । ଯେଉଁଠି ବିଜନୋର ପୋଲିସରେ କାର୍ଯ୍ୟରତ ଜଣେ କନଷ୍ଟେବଳ ନିଜ ଅବସର ସମୟରେ ଗରିବ ପିଲାଙ୍କୁ ପଠାପଢାଇଥାନ୍ତି । ତାଙ୍କର ଏଭଳି କାମ ପାଇଁ ମୁରାଦାବାଦ ଡିଆଇଜି ତାଙ୍କୁ ସମ୍ମାନୀତ କରିଛନ୍ତି ।

ସାହାରନପୁରର କୁରଲକିର ଖୁର୍ଦ ଗାଁରେ କନେଷ୍ଟବଳ ବିକାଶ କୁମାରଙ୍କ ଘର । ପୋଲିସରେ ନିୟୋଜିତ ନହେବା ପୂର୍ବରୁ ସେ ଗରିବ ପିଲାଙ୍କୁ ପାଠପଢାଉଥିଲେ । ଯେଉଁ ଗରିବ ଘରର ପିଲାମାନେ ଅର୍ଥ ଅଭାବରୁ ସ୍କୁଲ ଯାଇ ପାରୁନାହାନ୍ତି, ବହି କିଣିବାକୁ ସକ୍ଷମ ନୁହନ୍ତି ସେମାନଙ୍କୁ ମାଗଣାରେ ପାଠ ପଢାଉଛନ୍ତି ବିକାଶ କୁମାର । ତେବେ ପୋଲିସରେ ଭର୍ତ୍ତି ହେବା ପରେ ବି ସେ ଏହି କାମ ଜାରି ରଖିଛନ୍ତି ।

ପୋଲିସରେ ଭର୍ତ୍ତି ହବୋ ପରେ ତାଙ୍କ ପ୍ରଥମ ପୋଷ୍ଟିଂ ବିଜନୋରର ଜନପଦରେ ହୋଇଥିଲା । ସେଠାରେ ଥିବା କାଶିନାଥ କଲୋନୀରେ ଅନେକ ଗରିବ ପିଲା ରହୁଥିଲେ । ଏହା ଦେଖିବା ପରେ ସେ ସେଠାରେ ପିଲାଙ୍କୁ ପଢେଇବା ଆରମ୍ଭ କଲେ । ପରେ ଆଖପାଖ ଗାଁକୁ ଯାଇ ସେଠାରେ ଗରିବ ପିଲାଙ୍କୁ ପାଠ ପଢାଇଲେ ।