୨୯ରେ ପୁଣି ଆସୁଛନ୍ତି ପ୍ରଧାନମନ୍ତ୍ରୀ: ଚତୁର୍ଥଥର ପ୍ରଚାର କରିବେ ମୋଦୀ

323

କନକ ବ୍ୟୁରୋ: ପୁଣି ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତା ୨୯ ତାରିଖରେ ବାଲେଶ୍ୱର ଓ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଛି । ସେହିପରି ମେ ୨୫ ତାରିଖରେ ପ୍ରଚାର କରିବେ ଗୃହମନ୍ତ୍ରୀ ଅମିତ ଶାହା । ଅମିତ ଶାହା ବାରିପଦା, ଚାନ୍ଦବାଲି, କୋେଇଇ, ଜଗତସିଂହପୁର, ନିମାପଡାରେ ପ୍ରଚାରକ କରିବା କାର୍ଯ୍ୟସୂଚୀ ସ୍ଥିର ହୋଇଛି ।

ରାଜ୍ୟର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ଓଡିଶା ଆସିବେ ବିଜେପିର ବଡ ଚେହେରା ପ୍ରଧାନମନ୍ତ୍ରୀ । ଆସନ୍ତା ୨୯ତାରିଖରେ ପ୍ରଧାନମନ୍ତ୍ରୀ ବାଲେଶ୍ୱର ଓ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ବାଲେଶ୍ୱରରେ ପ୍ରତାପ ଷଡଙ୍ଗୀ ଓ କେନ୍ଦ୍ରାପଡାରେ ବୈଜୟନ୍ତ ପଣ୍ଡାଙ୍କ ପାଇଁ କରିବେ ପ୍ରଚାର । ବିକାଶର ନାରା, ପରିବର୍ତନର କଥା କହି ପ୍ରଧାନମନ୍ତ୍ରୀଙ୍କ ଚେହେରା ଓ ମୋଦୀ ଗ୍ୟାରେଂଟିକୁ ସାମ୍ନାରେ ରଖି ଭୋଟରଙ୍କ ମୁଡ ବଦଳାଇ ଦେବାକୁ ଯୋଜନା କରିଛି ବିଜେପି । ଏହାଛଡା ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତାକୁ ଭୋଟରେ ପରିଣତ କରିବାକୁ ବିଜେପି ସ୍ୱତନ୍ତ୍ର ରଣନୀତି କରିଛି ।

ଗତ ୨୦ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଚାଲିଥିବା ବେଳେ ତୃତୀୟ ପର୍ଯ୍ୟାୟ ପାଇଁ ଧୁଆଁଧାର ପ୍ରଚାର କରିଥଲେ ପ୍ରଧାନମନ୍ତ୍ରୀ । ରାଜ୍ୟର ଧର୍ମନଗରୀ ପୁରୀରେ ରୋଡ ସୋ କରିବା ସହ ଅନୁୁଗୁଳ ଓ କଟକରେ ବିଜୟ ସଂକଳ୍ପ ସମାବେଶ କରି ଭୋଟ ମାଗିଥିଲେ । ଏବେ ତୃତୀୟ ପର୍ଯ୍ୟାୟ ଭୋଟ ମେ ୨୫ ତାରିଖରେ । ସେହିଦିନ ବିଜେପି ଚାଣକ୍ୟ ଅମିତ ଶାହା ବାରିପଦା, ଚାନ୍ଦବାଲି, କୋେଇଇ, ଜଗତସିଂହପୁର, ନିମାପଡାରେ ପ୍ରଚାରକ କରିବା କାର୍ଯ୍ୟସୂଚୀ ସ୍ଥିର ହୋଇଛି ।

ଭୋଟ ଦିନ ବିଜେପି ବଡ ନେତାଙ୍କୁ ଆଣି ପ୍ରଚାର କରିବାକୁ କାହିଁକି ଗୁରୁତ୍ୱ ଦେଉଛି ? ଏହା ପଛର କାରଣ କଣ ? ଗୋଟିଏ ପଟେ ମତଦାନ ଚାଲିଥିବା ବେଳେ ଅନ୍ୟପଟେ ପ୍ରଚାର କାର୍ଯ୍ୟକ୍ରମ ଭୋଟରଙ୍କୁ ପ୍ରଭାବିତ କରିପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।