ନଡ୍ଡାଙ୍କ ଗସ୍ତ ପରେ ବିଜେପି – ବିଜେଡି ମୁହାଁମୁହିଁ : ବିଜେଡି ମୁକ୍ତ ବନାମ ବିଜେଡିି ମୟ

72

କନକ ବ୍ୟୁରୋ: ବିଜେପି ରାଷ୍ଟ୍ର୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଗସ୍ତ ପରେ ପରେ ଜୋର ହୋଇଛି ବିଜେପି-ବିଜେଡି ବୟାନବାଜି । ଗୋଟିଏ ପଟେ ଓଡ଼ିଶାକୁ ବିଜେଡି ମୁକ୍ତ କରିବାକୁ ଆଜି ପୁଣି ଆହ୍ୱାନ ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । କହିଛନ୍ତି, ଓଡ଼ିଶା ସରକାରଙ୍କ ବିରୋଧରେ ଚାର୍ଜସିଟ୍ ତିଆରି କରିବ ବିଜେପି । ଏହା ସହ ୨୦୨୪ରେ ବିଜେଡ଼ି ମୁକ୍ତ ହେବ ରାଜ୍ୟ । ବିଜେଡ଼ି ସହିତ କୌଣସି ବୁଝାମଣା ବି ହେବ ନାହିଁ । ବିଜେଡ଼ି ସବୁବେଳେ ଏହିଭଳି ଫାଇଦାରେ ରହିବାକୁ ଏକ ଭଦ୍ର ଦଳ ବୋଲି ବାର୍ତା ଦେଇଥାଏ । । କେବଳ ଲୋକଙ୍କ ସମସ୍ୟାକୁ ହିଁ ଊପସ୍ଥାପିତ କରାଯିବ । ତୃଣମୂଳ ସ୍ତରରୁ ଉପର ପର୍ଯ୍ୟନ୍ତ ଯିବ ଦଳ ।

ଅନ୍ୟପଟେ ଜବାବ ରଖିଛି ବିଜେଡି । ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ଓଡ଼ିଶାକୁ ଆମେ ବିଜେଡ଼ିମୟ କରିଦେବୁ । ବିଜୁ ଜନତା ଦଳର ପ୍ରଶିକ୍ଷଣ ଦଳୀୟ ରାଜନୀତିରେ ଏକ ଉଦାହରଣ । ସମସ୍ତ ଛାମୁଆ ସଙ୍ଗଠନ ଓ ଜନପ୍ରତିନିଧି ଆସିଥିଲେ ପ୍ରଶିକ୍ଷଣ ନେଲେ । ଦଳ ପାଇଁ ଏହା ବହୁତ ଉପାଦେୟ । ପଦଯାତ୍ରା ସମୟରେ କିପରି ଶାଣିତ ଭାବେ ଲୋକଙ୍କ ପାଖରେ ପ୍ରଶାସନର ବାର୍ତା ଓ ଦଳର ବାର୍ତା ପହଂଚିବ ସେ ନେଇ କର୍ମୀ ମାନଙ୍କୁ ମନ୍ତ୍ର ଦିଆଯାଇଛି । ବିଜେପି କେବଳ ଦଳର କଥା କହୁଥିବା ବେଳେ ବିଜେଡି ଲୋକଙ୍କ ପାଇଁ କଣ କରୁଛି ସେ ନେଇ ଲୋକଙ୍କ ପାଖକୁ ଯିବ ।