୫ଜି ସେବାର ଡେମୋ ଦେଖାଇଲେ ୩ ଘରୋଇ କମ୍ପାନୀ: ପ୍ରଶ୍ନ କାହିଁକି ଆଗରେ କମ୍ପାନୀ, ପଛରେ ସରକାର?

269

କନକ ବ୍ୟୁରୋ: ଦେଶରେ ଆଜି ୫ଜି ସେବାର ଶୁଭାରମ୍ଭ ହୋଇଛି । ଆଉ ଏହି ସେବା ଯୋଗାଇ ଦେବେ ୫-ଜି ସ୍ପେକ୍ଟ୍ରମ ବିଡ ଧରିଥିବା ତିନି ଘରୋଇ କମ୍ପାନୀ ରିଲାଏନ୍ସ-ଜିଓ, ଏୟାରଟେଲ, ଭୋଡ଼ାଫୋନ୍ । ତିନି କମ୍ପାନୀ ପକ୍ଷରୁ କେମିତି ସେବା ଯୋଗାଇ ଦିଆଯିବ ଆଜି ତାର ଡେମୋ ପ୍ରଦର୍ଶନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏହି ସେବାର ଶୁଭାରମ୍ଭ କରିଛନ୍ତି । ସାରାଦେଶ ପାଇଁ ଐତିହାସିକ ଦିନ ବୋଲି କହିଛନ୍ତି ।

ବିଡମ୍ବନାର କଥା ହେଉଛି, ଭାରତ ସରକାଙ୍କ ଟେଲିକମ୍ ସଂସ୍ଥା ବିଏସଏନଏଲ ଏହି ୫ ଜି ସେବା ଯୋଗାଇ ଦେବା ରେସରୁ ବାଦ ପଡିଛି । ଅର୍ଥାତ ଭାରତ ସରକାରଙ୍କ ବିଏସଏନଏଲ ୫-ଜି ସେବା ଯୋଗାଇ ଦେବ ନାହିଁ । ଅବଶ୍ୟ ୫-ଜି ସ୍ପେକଟ୍ରମ ନିଲାମ ଧରିନଥିଲା ବିଏସଏନଏଲ । ଏବେ ପ୍ରଶ୍ନ ଉଠୁଛି, ଯେତେବେଳେ କେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆର କଥା କହୁଛନ୍ତି, ସେତେବେଳେ ସରକାରୀ ସଂସ୍ଥା କାହିଁକି ପଛରେ ପଡି ଗଲା । ଘରୋଇ କମ୍ପାନୀ ଆଗରେ ରହିଲେ । ୫-ଜି ସେବା ଯୋଗାଇବାରେ ସକ୍ଷମ ହେଲେ ।