ଉଚ୍ଚଶିକ୍ଷା ବିଭାଗ ସଚିବ ପଦରୁ ହଟିଲେ ବିଷ୍ଣୁପଦ ସେଠୀ: ଅରବିନ୍ଦ ଅଗ୍ରୱାଲ ହେଲେ ଉଚ୍ଚଶିକ୍ଷା ବିଭାଗ ସଚିବ

4,117

 କନକ ବ୍ୟୁରୋ: ଉଚ୍ଚଶିକ୍ଷା ବିଭାଗ ସଚିବ ପଦରୁ ହଟିଲେ ବିଷ୍ଣୁପଦ ସେଠୀ । ଉଚ୍ଚଶିକ୍ଷା ବିଭାଗରୁ ବିଷ୍ଣୁପଦ ସେଠୀଙ୍କୁ ବଦଳି କରାଗଲା । ବିଷ୍ଣୁଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଦାୟିତ୍ୱ । ଅରବିନ୍ଦ ଅଗ୍ରୱାଲ ହେଲେ ଉଚ୍ଚଶିକ୍ଷା ବିଭାଗ ସଚିବ । ଆଜି ଉଚ୍ଚଶିକ୍ଷା ମନ୍ତ୍ରୀପଦରୁ ବାଦ ପଡିଥିଲେ ରୋହିତ ପୂଜାରୀ । ଅତନୁ ସବ୍ୟସାଚୀ ନାୟକଙ୍କୁ ଏହି ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ବର୍ତ୍ତମାନ ସେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅଛନ୍ତି । ଉଚ୍ଚଶିକ୍ଷା ବିଭାଗର ସେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।