ବୁଷ୍ଟର ଡୋଜ ପାଇଁ ଅନୁମତି ମାଗିଲା ଭାରତ ବାୟୋଟେକ: କୋଭିସିଲ୍ଡ ଓ କୋଭାକ୍ସିନ ଟିକା ନେଇଥିବା ଲୋକଙ୍କୁ ଦିଆଯାଇପାରିବ

127

କନକ ବ୍ୟୁରୋ: ବୁଷ୍ଟର ଡୋଜ ପାଇଁ ଅନୁମତି ମାଗିଲା ଭାରତ ବାୟୋଟେକ । କୋଭିସିଲ୍ଡ ଓ କୋଭାକ୍ସିନ ଟିକା ନେଇଥିବା ଲୋକଙ୍କୁ ଦିଆଯାଇପାରିବ ବୁଷ୍ଟର ଡୋଜ । ତୃତୀୟ ଡୋଜର କ୍ଲିନିକାଲ ଟ୍ରାଏଲ ପାଇଁ ଡିସେମ୍ବର ୧୫ ତାରିଖରେ ଆବେଦନ କରିଥିଲା ଭାରତ ବାୟୋଟେକ ।

ଦେଶରେ ଓମିକ୍ରନ ଆକ୍ରାନ୍ତ ବଢୁଥିବା ଭିତରେ ଭାରତ ବାୟୋଟେକ ବୁଷ୍ଟର ଡୋଜ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଦେଶରେ ଏବେ ଯାଏଁ ୧୬୧ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖିଛନ୍ତି ସରକାର । ଅନ୍ୟ ଦେଶମାନଙ୍କରେ ଓମିକ୍ରନ ଘତକ ହେଉଥିବାରୁ ସତର୍କ ରହିଛନ୍ତି ସରକାର ।