ଇଡି ଜାଲରେ ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ: ୫ ଘଂଟାର ଜେରା ପରେ ବାହାରିଲେ ଇଡି ଅଫିସରୁ

148

କନକ ବ୍ୟୁରୋ: ଆଇନ ଜାଲରେ ଛନ୍ଦିହେଲେ ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ବଲିଉଡ୍ର ଏହି ନାମି ଦାମି ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଇଡି କରିଛି ସମନ । ପାନାମ ପେପର୍ସ ଲିକ୍ ମାମଲାରେ ସମନ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ପୂର୍ବତନ ବିଶ୍ୱ ସୁନ୍ଦରୀଙ୍କୁ ପଚରାଉଚରା ପାଇଁ ଡାକିଛି ଇଡି । ପୂର୍ବରୁ ମଧ୍ୟ ଏହି ମାମଲାରେ ଐଶ୍ୱର୍ଯ୍ୟାଙ୍କୁ ଦୁଇ ଥର ଡାକିଥିଲା ଇଡି । ଦୁଇ ଥର ନୋଟିସକୁ ସ୍ଥଗିତ କରିବା ପାଇଁ ତଦନ୍ତକାରୀ ଅଧିକାରୀଙ୍କ ଆଗରେ ନିବେଦନ କରିଥିଲେ ଐଶ୍ୱର୍ଯ୍ୟା । ହେଲେ ଏବେ ପ୍ରବର୍ତନ ନିର୍ଦ୍ଦେଶାଳୟ ନୂଆ ନୋଟିସ୍ ପରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ପଡିଛି ଐଶ୍ୱର୍ଯ୍ୟାଙ୍କୁ ।

ବିବାଦରେ ବଚ୍ଚନ ବୋହୂରାଣୀ ଐଶ୍ୱର୍ଯ୍ୟା । ପାନାମା ପେପର୍ସ ମାମଲାରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଇଡି ସମନ । ଐଶ୍ୱର୍ଯ୍ୟାଙ୍କୁ ପଚରା-ଉଚୁରା ପାଇଁ ଡାକିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଦୁଇ ଦୁଇ ଥର ନୋଟିସ୍କୁ ସ୍ଥଗିତ ରଖିବା ପରେ ସୋମବାର ଦିଲ୍ଲୀ ସ୍ଥିତ ଇଡି କାର୍ଯ୍ୟାଳୟରେ ପଚରା-ଉଚୁରା ପାଇଁ ହାଜର ହୋଇଛନ୍ତି ଏହି ପ୍ରତିଷ୍ଠିତ ଅଭିନେତ୍ରୀ ।

ନଭେମ୍ବର ୯ ତାରିଖରେ ପ୍ରଥମେ ଐଶ୍ୱର୍ଯ୍ୟାଙ୍କୁ ନୋଟିସ୍ ପଠାଇଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ଆଉ ୧୫ ଦିନ ମଧ୍ୟରେ ଜବାବ ରଖିବାକୁ କୁହାଗଲା । ଆଉ ଐଶ୍ୱର୍ଯ୍ୟା ଇମେଲ ଜରିଆରେ ନୋଟିସ୍କୁ ସ୍ଥଗିତ ରଖିବାକୁ କରିଥିଲେ ଗୁହାରି ।

ପାନାମା ପେପର୍ସ ଲିକ୍ ଘଟଣାରେ ବଚ୍ଚନ ପରିବାର ସମସ୍ୟା ବଢିବାରେ ଲାଗିଛି । ଏହି ମାମଲାରେ ନିକଟରେ ଇଡି ସ୍ୱାମୀ ଅଭିଷେକ ବଚ୍ଚନଙ୍କୁ ସମନ କରିଥିଲା । ତେବେ ଐଶ୍ୱର୍ଯ୍ୟାଙ୍କୁ ଧାରା ୩୭ ଫେମା ବା ଫରେନ ଏକ୍ସଚେଂଜ୍ ମାନେଜମେଂଟ୍ ଆକ୍ଟ ନେଇ ପଚରା ଉଚୁରା କରିବାକୁ ଇଡି ସମନ କରିଛି । ଆଉ ଯାହାକୁ ନେଇ ଦିଲ୍ଲୀ ପ୍ରବର୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ଐଶ୍ୱର୍ଯ୍ୟା ।

୨୦୧୬ରେ ଏକ କମ୍ପାନୀର ଲିଗାଲ ଦସ୍ତାବିଜ୍ ଲିକ୍ ହୋଇଥିଲା । ଏହି ଡାଟା ଜର୍ମାନ୍ ନ୍ୟୁଜ୍ ପେପର ପାନାମା ପେପର୍ସ ନାଁରେ ୩ ଏପ୍ରିଲ ୨୦୧୬ରେ ରିଲିଜ୍ କରିଥିଲା । ଏଥିରେ ଭାରତ ସମେତ ୨୦୦ ଦେଶର ରାଜନେତା, ବିଜନେସ୍ମ୍ୟାନ୍, ସେଲିବ୍ରିଟିଙ୍କ ନାଁ ସାମିଲ ଥିଲା ।

ଏହି ପାନାମା ପେପର୍ସରେ ୧୯୭୭ରୁ ୨୦୧୫ ଶେଷ ପର୍ଯ୍ୟନ୍ତ ତଥ୍ୟ ଦିଆଯାଇଥିଲା । ଏହି ତାଲିକାରେ ୪ ଶହରୁ ଅଧିକ ଭାରତୀୟଙ୍କ ବିଦେଶରେ ପୁଂଜି ନିବେଶ ଥିବା କଥା ସମ୍ମାକୁ ଆସିଥିଲା । ଐଶ୍ୱର୍ଯ୍ୟାଙ୍କ ବ୍ୟତୀତ ଅଭିଷେକ ବଚ୍ଚନ ଓ ଅଜୟ ଦେବଗନଙ୍କ ନାଁ ବି ରହିଥିଲା । ବଡ ବଡ ରାଜନେତା ଓ ସେଲିବ୍ରିଟିଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି । ଏମାନଙ୍କ ଉପରେ ବେଆଇନ୍ ଅର୍ଥ କାରବାର ଅଭିଯୋଗ ହୋଇଥିଲା । ଯାହାକୁ ନେଇ ୨୦୧୭ ମସିହାରୁ ତଦନ୍ତ ଆରମ୍ଭ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଫରେନ୍ ଏକ୍ସଚେଂଜ୍ ଭାଓଲେସନ୍ ଦର୍ଶାଇ ୨୦୧୭ରୁ ତଦନ୍ତ ଆରମ୍ଭ କରିଛି ଇଡି । ଫଳରେ ବଚ୍ଚନ ପରିବାରକୁ ନୋଟିସ ଜାରି କରି ସେମାନଙ୍କ ବିଦେଶୀ ପୁଂଜି ନିବେଶକୁ ନେଇ ସବିଶେଷ ତଥ୍ୟ ପ୍ରଦାନ କରବାକୁ କୁହାଯାଇଛି ।

ପାନାମା ପେପର୍ସ ଲିକ ହେବା ପରେ ଏଥିରେ ବଡ ବଡ ସେଲିବ୍ରିଟି, ରାଜନେତାଙ୍କ ନାମ ଥିବା ଖୁଲାସା ହେବା ପରେ ଏନେଇ ତଦନ୍ତ ଆରମ୍ଭ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଏହି ମାମଲା ସୁପ୍ରିମକୋର୍ଟରେ ବି ପହଁଚିଛି ।

ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ କେନ୍ଦ୍ର ସରକାର ଏହି ଘଟଣାର ତଦନ୍ତ ପାଇଁ ଅଂଟା ଭିଡିଛନ୍ତି ।
– ଏହି ପ୍ରସଙ୍ଗରେ ମଲ୍ଟି ଏଜେନ୍ସି ଗ୍ରୁପ୍ ଗଠନ କରାଯାଇଛି
– ଏଥିରେ ଉଈଊଞ, ଜଈଓ, ଋଊ ଏବଂ ୠଓଟ ସାମିଲ କରାଯାଇଛି
– ଏମାନେ ପାନାମା ପେପର୍ସ ତାଲିକା ବିଦେଶରେ ପୁଂଜି ନିବେଶ ଅବା ବିଦେଶରେ ଜମା ଥିବା କଳା ଟଙ୍କାର ଯାଂଚ କରିବେ
– ଏହି ଯାଂଚର ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପଠାଏ ମଲ୍ଟି ଏଜେନ୍ସି ଗ୍ରୁପ୍

ପାନାମା ପେପର୍ସ ଲିକ୍ ହେବା ପରେ ଏବେ ଅନେକ ବଡ ବଡ ସେଲିବ୍ରିଟି ତଦନ୍ତ ପରିଷର ଭୁକ୍ତ ହୋଇଛନ୍ତି । ତେବେ ବଲିଉଡ୍ର ଜଣେ ପ୍ରତିଷ୍ଠିତ ନାୟିକା ଏବଂ ବଚ୍ଚନ ବୋହୂରାଣୀ ଐଶ୍ୱର୍ଯ୍ୟାଙ୍କୁ ଇଡି ସମନ୍ କରିବା ଏବଂ ଜେରା ପାଇଁ ପ୍ରବର୍ତନ ନିର୍ଦ୍ଦେଶାଳୟରେ ହାଜର ହେବା ଅନେକଙ୍କୁ ଚକିତ କରିଛି ।