ରାଜଧାନୀରେ ଅଣନିଶ୍ୱାସୀ କଲେଣି ଲୁଟେରା : ଗହଣା ଦୋକାନରୁ ମୁଖାପିନ୍ଧା ଲୁଟେରା ଲୁଟିନେଲେ ୧୪ ଲକ୍ଷରୁ ଅଧିକ ଟଙ୍କାର ଗହଣା ବ୍ୟାଗ୍

110

କନକ ବ୍ୟୁରୋ : ରାଜଧାନୀରେ ଅସ୍ତବ୍ୟସ୍ତ କରିଦେଲେଣି ଲୁଟେରା । ଲକ୍ଷ୍ମୀସାଗର ଅଂଚଳରେ ଏକ ଗହଣା ଦୋକାନରୁ ସୁନା ରୂପା ଭର୍ତ୍ତି ବ୍ୟାଗ୍ ନେଇ ଛୁ ମାରିଛନ୍ତି ଲୁଟେରା । ପ୍ରାୟ ୧୪ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍ ହୋଇଥିବା ଜଣାପଡିଛି । ଲୁଟେରାଙ୍କ ପୁରା ଲୁଟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏନେଇ ଗହଣା ଦୋକାନୀ ଲକ୍ଷ୍ମୀସାଗର ଥାନାରେ ଏତଲା କରିଛନ୍ତି ।

ଗତ ଦୁଇ ଦିନ ତଳେ ଘଟିଛି ଏ ଘଟଣା । ମୁଖାପିନ୍ଧା ଲୁଟେରା ଏମିତି କାଣ୍ଡ ଘଟାଇଥିବା ଜଣାପଡିଛି । ଜଣେ ବାଇକ ଧରି ରାସ୍ତାରେ ଛିଡା ହୋଇଛି, ଆଉ ଜଣେ ଦୋକାନ ଭିତରେ ପଶି ଲୁଟ୍ କରୁଛି । ସମାନ ଢଙ୍ଗରେ ଲଗାତର ୫ ଦିନ ଧରି ରାଜଧାନୀର ବିଭିନ୍ନ ଦୋକାନରୁ ଲୁଟ୍ କରୁଛନ୍ତି ଲୁଟେରା । ଯାହା ସାଧାରଣରେ ଚିନ୍ତା ସୃଷ୍ଟି କଲାଣି । କମିଶନରେଟ୍ ପୋଲିସ ପାଇଁ ମଧ୍ୟ ଏହା ବଡ ଚ୍ୟାଲେଂଜ ପାଲଟିଲାଣି ।