୨୫ ବର୍ଷ;ଗୋଟିଏ ପରିବାର ହାତରେ ଏହି ପଞ୍ଚାୟତ… ପଢ଼ନ୍ତୁ କେମିତି ଜିତିଛନ୍ତି ଭୋଟରଙ୍କ ଭରସା…

617

କନକ ବ୍ୟୁରୋ: ଚଳିତ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣାଠୁ ନାମାଙ୍କନ ଦାଖଲ ପର୍ଯ୍ୟନ୍ତ ଅନେକ ପ୍ରାର୍ଥୀଙ୍କ ବିଷୟରେ ଆପଣ ପଢ଼ିଥିବେ ନିଶ୍ଚୟ । ହେଲେ ରାଜ୍ୟର ଏମିତି କିଛି ପଞ୍ଚାୟତ ଆସନ ଅଛି ଯେଉଁଠି ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଗୋଟିଏ ପରିବାର ହିଁ କ୍ଷମତା ସମ୍ଭାଳି ଆସୁଛି । ଦୀର୍ଘ ୨୫ ବର୍ଷ ହେଲା ଗୋଟିଏ ପରିବାର ହାତରେ ରହିଥିବା ପଂଚାୟତକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ପାଲଟିଛି । ଲୋକଙ୍କ ଭଲ ପାଇବା ଯୋଗୁଁ ଏଥର ମଧ୍ୟ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଅପ୍ରତିଦ୍ୱନ୍ଦୀ ଭାବେ ସେହି ପରିବାର ବୋହୂ ସରପଞ୍ଚ ଏବଂ ପୁଅ ସମିତିସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ପ୍ରତିଥର ଭଳି ଚଳିତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ କଞ୍ଚଣା ପଞ୍ଚାୟତ ସାରା ଜିଲ୍ଲାରେ ଚର୍ଚ୍ଚାରେ ରହିଛି । କାରଣ ୧୯୯୭ ମସିହାରୁ ଏହି ପଞ୍ଚାୟତ ଗୋଟାଏ ପରିବାର ହାତରେ ରହିଛି । ୧୯୯୭ ମସିହାରେ ଯୁଦ୍ଧିଷ୍ଟିର ଘୋଷ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ ତାପରଠୁ ଏହି ପଞ୍ଚାୟତ ଯୁଦ୍ଧିଷ୍ଟିରଙ୍କ ପରିବାର ଏବଂ ସେ ଯାହାକୁ ସରପଂଚ ଭାବେ ବାଛନ୍ତି ସେ ହିଁ ସରପଞ୍ଚ ସିଟରେ ବସିପାରିଛି । ବିଜେଡିରୁ ଲଢ଼ି ଆସୁଥିବା ଯୁଦ୍ଧିଷ୍ଟିରଙ୍କ ପରେ ୨୦୦୭ ମସିହାରେ ତାଙ୍କ ପୁଅ ଜୟସେନ ଘୋଷ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ବେଳେ ସେ ମଧ୍ୟ ୧୦ ବର୍ଷ ପଂଚାୟତକୁ ନିଜ ହାତ ମୁଠାରେ ରଖିଥିଲେ । ଏହା ପରେ ୨୦୧୭ ମସିହାରେ ଯୁଦ୍ଧିଷ୍ଟିରଙ୍କ ସାନପୁଅ ଚିତ୍ରସେନ ଘୋଷ ରାଜନୀତି ମଇଦାନକୁ ଓହ୍ଲାଇ ସରପଂଚ ଭାବେ ନିର୍ବାଚିତ ହେବା ସହ ଚିତ୍ରସେନଙ୍କ ବଡ ଭାଉଜ ମିଲି ଘୋଷ  ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୧୯ ସାଧାରଣ ନିର୍ବାଚନ ସମୟରେ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିଲା ଏହି ପରିବାର । ହେଲେ ଏଥର ନିର୍ଦ୍ଦଳୀୟ ବା ସ୍ୱାଧୀନ ଭାବେ ମୈଦନାକୁ ଓହ୍ଲାଇଛନ୍ତି ।

ତେବେ ଏଥର ତ୍ରସ୍ତରୀୟ ନିର୍ବାଚନରେ ମଧ୍ୟ ଚିତ୍ରସେନ ରାଜନୀତି ମଇଦାନକୁ ଓହ୍ଲାଇ ଥିବା ବେଳେ ସେ ନିଜେ ସମିତିସଭ୍ୟ ଓ ତାଙ୍କ ସ୍ତ୍ରୀ ରାଜଶ୍ରୀ ଘୋଷ ସରପଂଚ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି । ତେବେ ଏହି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପଇଁ ନାମଙ୍କନ ପତ୍ର ଦାଖଲ ୨୧ ତାରିଖ ଠାରୁ ସରିଥିବା ବେଳେ ଆଉ କେହି ଚିତ୍ରସେନ ଓ ତାଙ୍କ ସ୍ତ୍ରୀ ଙ୍କ ବିପକ୍ଷରେ ନାମାଙ୍କ ଦାଖଲ କରିନଥିବା ଜଣାପଡିଛି । ଯାହାକି ସ୍ୱାମୀ ସ୍ତ୍ର ଦୁହେଁ ଅପ୍ରତିଦ୍ୱନ୍ଦୀ ଭାବ ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି । ଏବେ ଏହି ପଞ୍ଚାୟତ ରାଜନୀତିକୁ ନେଇ ଗଞ୍ଜାମ ଜିଲ୍ଲାରେ ମୁଖ୍ୟ ଖବର ପାଲଟିଛି । ଚିତ୍ରସେନ କୁହନ୍ତି ପଂଚାୟତ ବାସୀଙ୍କ ଭଲ ପାଇବା ତାଙ୍କ ସହ ରହିଛି ଯାହାଫଳରେ ପ୍ରତ୍ୟକ ପଂଚାୟତ ନିର୍ବାଚନରେ ତାଙ୍କ ପରିବାର ଉପରେ ଲୋକ ଭରସା କରନ୍ତି ।

ଦୀର୍ଘ ୨୫ ବର୍ଷ ହେଲା ଏହି ପଂଚାୟତ ଗୋଟିଏ ପରିବାର ହାତରେ ରହିଥିବା ବେଳେ ପଂଚାୟତରେ ବହୁ ବିକାଶ ହେବା ସହ ଏହି ପରିବାର ସମସ୍ତଙ୍କର ସବୁ ସମୟରେ ସୁଖ ଦୁଃଖର ସାଥି ହୋଇଥିବା ଗାଁ ଲୋକ କୁହନ୍ତି । ସପଟେ ଗାଁରେ ରାସ୍ତା, ପିଇବା ପାଣି, ମନ୍ଦିର , ଶିକ୍ଷାର କ୍ଷେତ୍ରରେ ଉନ୍ନତି ଭଳି ସ୍ୱଛ ପଂଚାୟତ ଗଠନ କରିବାରେ ସକ୍ଷମ ହୋଇଛି ଏହି ପରିବାର । କାରଣ ପଂଚାୟତ ଅଫିସ ଆଗରେ ସରପଂଚ ଫଳକ ମାରିଛନ୍ତି ଏଠି ଯେ, ଲାଂଚ ଦେବା ଓ ଲାଂଚ ନେବା ଅପରାଧ । ଏଠି ବିନା ପିସିରେ ସବୁ କାମ ହୋଇଯାଏ ବୋଲି ଭୋଟର କୁହନ୍ତି । ଯେଉଁଥି ପାଇଁ ଏହି ପରିବାର ଉପରେ ପଂଚାୟତବାସୀ ବିଶ୍ୱାସ ଓ ଭରସା ଭଲ ପାଇବା ଦେଇ ପଂଚାୟତକୁ ତାଙ୍କ ହାତରେ ନ୍ୟସ୍ତ କରିଛନ୍ତି ।