ଅଷ୍ଟ୍ରେଲିଆ କ୍ରିକେଟର କମିନ୍ସଙ୍କ ମା’ଙ୍କ ଦେହାନ୍ତ । ଶୋକପ୍ରକାଶ କଲେ ସାଥୀ ଖେଳାଳୀ, ବୋର୍ଡ ଜଣାଇଲା ଶ୍ରଦ୍ଧାଞ୍ଜଳି ।

152

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ଟିମ୍ ପାଇଁ ଆସିଲା ଦୁଃଖଦ ଖବର । ଅଷ୍ଟ୍ରେଲିଆ ଟେଷ୍ଟ ଟିମର ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ଦେହାନ୍ତ ହୋଇଛି । ଗତ କିଛି ଦିନ ହେବ କ୍ୟାନସରରେ ପୀଡିତ ଥିଲେ କମିନ୍ସଙ୍କ ମା’ । ଦିଲ୍ଲୀ ଟେଷ୍ଟରେ ପରାଜିତ ହେବା ପରେ କମିନ୍ସ ଅଷ୍ଟ୍ରେଲିଆ ଫେରି ଆସିଥିଲେ । ଅହମ୍ମଦାବାଦ ଟେଷ୍ଟ ପୂର୍ବରୁ କମିନ୍ସ ଫେରି ଆସିବେ ବୋଲି କୁହାଯାଉଥିଲା । କିନ୍ତୁ ମା’ଙ୍କ ଦେହ ଅଧିକ ଖରାପ ହେବାରୁ ଚତୁର୍ଥ ଟେଷ୍ଟ ପୂର୍ବରୁ ଫେରିପାରିନଥିଲେ କମିନ୍ସ । ମା’ଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନଜରରେ ରଖି ସିଡନୀରେ ରହିବାକୁ ନିଷ୍ପତ୍ତି ନେଇଥିଲେ କମିନ୍ସ ।

କମିନ୍ସଙ୍କ ବଦଳରେ ଦଳର ମଙ୍ଗ ଧରିଥିଲେ ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ୍ । ତୃତୀୟ ଟେଷ୍ଟରେ ଦଳ ବିଜୟୀ ମଧ୍ୟ ହୋଇଥିଲା । ଏସବୁ ଭିତରେ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ପକ୍ଷରୁ ଏକ ଟ୍ୱିଟ୍ ସେୟାର କରାଯାଇଛି । ଯେଉଁଥିରେ କମିନ୍ସଙ୍କ ମା’ଙ୍କ ବିୟୋଗରେ ବୋର୍ଡ, ସାଥୀ ଖେଳାଳୀ ଶୋକବ୍ୟକ୍ତ କରିବା ସହ କମିନ୍ସଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । କମିନ୍ସଙ୍କ ମା’ଙ୍କ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଅଷ୍ଟ୍ରେଲିଆ କ୍ରିକେଟର ଅହମ୍ମଦାବାଦ ଟେଷ୍ଟର ଦ୍ୱିତୀୟ ଦିନରେ କଳାପଟି ପିନ୍ଧି ମୈଦାନକୁ ଓହ୍ଲାଇଛନ୍ତି ।