କଳା, ଐତିହ୍ୟ ଓ ସଂସ୍କୃତିରେ ଭରପୁର ଜିଲ୍ଲା ସୁବର୍ଣ୍ଣପୁର: ମହାନଦୀର ଉତ୍ତର ପାଶ୍ୱର୍ରେ ଅନୁଷ୍ଠିତ ହେଲା ନିଆରା ଦେଶଫାଲ ଲୋକ ମହୋତ୍ସବ

72

କନକ ବ୍ୟୁରୋ: କଳା, ସଂସ୍କୃତି ଓ ପରମ୍ପରାରେ ଭରପୁର ସୁବର୍ଣ୍ଣପୁର ଜିଲ୍ଲା । ଜିଲ୍ଲାର କଳା ଓ ସଂସ୍କୃତି ଦେଶ ତଥା ରାଜ୍ୟ ବାହାରେ ବେଶ ଆଦୃତ ଲାଭ କରିପାରିଛି । ଏହାକୁ ଆହୁରି ରୁଦ୍ଧିମନ୍ତ କରିବା ପାଇଁ ଜିଲ୍ଲାର ଧର୍ମଶାଳାଠାରେ ଦୀର୍ଘ ୫ ବର୍ଷ ହେଲା ଆୟୋଜିତ ହୋଇଆସୁଛି ଦେଶଫାଲ ଲୋକକଳା ମହୋତ୍ସବ । ଲୋକକଳା ଓ ଲୋକ ପରମ୍ପରାକୁ ପୁନଃରୁଦ୍ଧାର ତଥା ପ୍ରଚାର ପ୍ରସାର ପାଇଁ ଆୟୋଜିତ ହୋଇଆସୁଛି ଏହି ମହୋତ୍ସବ ।

ମଂଚ ଉପରେ ଭଳିକି ଭଳି ଲୋକ ନୃତ୍ୟର ମାହୋଲ । ତଳେ ମନ ଭରି ଉପଭୋଗ କରୁଛନ୍ତି ଦର୍ଶକ । ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ବିଧାୟକ ପଦ୍ମନାଭ ବେହେରାଙ୍କ ବକ୍ତବ୍ୟ ପରେ ଲୋକ ନୃତ୍ୟ ଗୀତର ସମାହାର । ତିନି ଧରି ହେଉଥିବା ଦେଶଫାଲ ଲୋକକଳା ମହୋତ୍ସବରେ ଜିଲ୍ଲା ତଥା ଜିଲ୍ଲା ବାହାରର କଳାକାରମାନେ ନିଜ ନିଜର ଲୋକନୃତ୍ୟ ପ୍ରଦର୍ଶନ କରିଥାନ୍ତି । ଏହା କେବଳ ମନୋରଞ୍ଜନ ନୁହେଁ, କଳା ଓ ସଂସ୍କୃତିର ଆଦାନ ପ୍ରଦାନର ମାଧ୍ୟମ ବୋଲି କହନ୍ତି କଳାକାର ।

ଦିର୍ଘ ୫ବର୍ଷ ଧରି ମହାନଦୀର ଉତ୍ତର ପାର୍ଶ୍ବରେ ଥିବା ଅଂଚଳବାସୀଙ୍କୁ ନେଇ ଆୟୋଜିତ ହେଉଛି ଦେଶଫାଲ ଲୋକକଳା ମହୋତ୍ସବ । ବିଳମ୍ବିତ ରାତ୍ରୀ ଯାଏଁ ଜମୁଛି ନାଚ ଗୀତର ମହୋଲ । ଦର୍ଶକ ମନଭରି ଏହାକୁ ଉପଭୋଗ କରିଥିବା ବେଳେ ଆୟୋଜକମାନେ ବି ବେସ ଖୁସି ଅନୁଭବ କରିଛନ୍ତି । ଚଳିତ ବର୍ଷ ୫ମ ଥର ପାଇଁ ହେଉଥିବା ଏହି ମହୋତ୍ସବର ସଂଧ୍ୟରେ ଅତିଥିମାନେ ଏମାଟିର ସଂସ୍କୃତି ଓ ଐତିହ୍ୟକୁ ନେଇ ବକ୍ତବ୍ୟ ରଖିଛନ୍ତି ।

ରାଜୁଡ଼ା ସମୟରୁ ମହାନଦୀର ଉତ୍ତର ପାର୍ଶ୍ବରେ ଥିବା ଆଦିବାସୀମାନଙ୍କୁ ଦେଶଫାଲିଏ ବୋଲି ଉଲ୍ଲେଖ କରାଯାଉଥିଲା । ସେହି ସ୍ମୃତିକୁ ବହନ କରି ଏହି ମହୋତ୍ସବ ଆୟୋଜନ କରାଯାଉଛି