ଆସିଲା ଆଇପିଏଲର ପୂରା ସିଡ୍ୟୁଲ । ମେ ୨୧ରୁ ପ୍ଲେ ଅଫ୍ ମ୍ୟାଚ୍, ୨୬ ତାରିଖରେ ଫାଇନାଲ୍ । ଏଥର ଚେନ୍ନାଇରେ ଖେଳାଯିବ ଆଇପିଏଲ୍ ଫାଇନାଲ ।

310

କନକ ବ୍ୟୁରୋ: ଆସିଲା ଆଇପିଏଲ୍ ଟୁର୍ଣ୍ଣାମେଣ୍ଟର ସମ୍ପୂର୍ଣ୍ଣ ଖେଳସୂଚୀ । ବିସିସିଆଇ ଆଇପିଏଲର ପୂରା ସିଡ୍ୟୁଲ ଘୋଷଣା କରିଛି । ଆସନ୍ତା ମେ ୨୬ ତାରିଖରେ ଆଇପିଏଲ୍ ଫାଇନାଲ୍ ମ୍ୟାଚ୍ ହେବାକୁ ଥିବାବେଳେ, ଚେନ୍ନାଇର ଏମ ଏ ଚିଦାମ୍ବରମ ଷ୍ଟାଡିୟମରେ ଆଇପିଏଲ୍ ଫାଇନାଲ ମ୍ୟାଚ୍ ଖେଳାଯିବ । ଏହାସହ ଚେନ୍ନାଇରେ ଆଇପିଏଲ୍ କ୍ୱାଲିଫାୟାର ୨ ମ୍ୟାଚ୍ ମଧ୍ୟ ଖେଳାଯିବ । ତତ୍ ସହିତ ଗୁଜରାଟର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ କ୍ୱାଲିଫାୟାର ୧ ଓ ଏଲିମିନେଟର ମ୍ୟାଚ୍ ଖେଳାଯିବ ବୋଲି ବିସିସିଆଇ ତରଫରୁ ବିଦ୍ଧିବଦ୍ଧ ଭାବେ ସୂଚନା ଦିଆଯାଇଛି ।

ଏହା ପୂର୍ବରୁ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ବିସିସିଆଇ କେବଳ କିଛି ମ୍ୟାଚ୍ ପାଇଁ ସିଡ୍ୟୁଲ ଜାରି କରିଥିଲା । ମାର୍ଚ୍ଚ ୨୨ ତାରିଖରୁ ଏପ୍ରିଲ ୭ ତାରିଖ ପର୍ଯ୍ୟନ୍ତ ଖେଳସୂଚୀ ଜାରି କରିଥିଲା ବିସିସିଆଇ । ହେଲେ ଏବେ ଏହାର ସମ୍ପୂର୍ଣ୍ଣ ସୂଚୀ ଘୋଷଣା କରାଯାଇଛି । ଅପଡେଟ୍ ଖେଳସୂଚୀ ଅନୁଯାୟୀ, ମେ ୧୯ ତାରିଖରେ ଲିଗ୍ ମ୍ୟାଚ୍ ଶେଷ ହେବ । ମେ ୨୧ ତାରିଖରୁ ଆଇପିଏଲ୍ ପ୍ଲେ ଅଫ୍ ମ୍ୟାଚ୍ ଖେଳାଯିବ । ମେ ୨୧ ତାରିଖରେ କ୍ୱାଲିଫାୟାର ୧ ମ୍ୟାଚ୍, ମେ ୨୨ ତାରିଖରେ ଏଲିମିନେଟର ମ୍ୟାଚ୍ ଖେଳାଯିବ । ତା ପରେ ମେ ୨୪ରେ କ୍ୱାଲିଫାୟାର ୨ ମ୍ୟାଚ୍ ସହ ମେ ୨୬ ତାରିଖରେ ଫାଇନାଲ ମ୍ୟାଚ୍ ଖେଳାଯିବ ।

ତେବେ ଆଇପିଏଲ୍ ଖେଳସୂଚୀର ଦ୍ୱିତୀୟ ପର୍ଯ୍ୟାୟ ଚେନ୍ନାଇ ସୁପର କିଙ୍ଗସ୍ ଓ କୋଲକାତା ନାଇଟ୍ ରାଇଡର୍ସ ମ୍ୟାଚରୁ ଆରମ୍ଭ ହେବ । ଯାହାକି ଏପ୍ରିଲ ୮ ତାରିଖରେ ଚେପକରେ ଖେଳାଯିବାକୁ ଅଛି ।

IPLର ସମ୍ପୂର୍ଣ୍ଣ ଖେଳସୂଚୀ: