ଧାରଣା ଭିତରେ କୁସ୍ତିଯୋଦ୍ଧା ବିନେଶ ଫୋଗାଟଙ୍କ ବଡ ଅଭିଯୋଗ । କହିଲେ, ମାମଲାକୁ ଦବାଇ ଦେବାକୁ ଚେଷ୍ଟା କରୁଛନ୍ତି କ୍ରୀଡାମନ୍ତ୍ରୀ

147

କନକ ବ୍ୟୁରୋ : ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ତଥା ବିଜେପିର ବାହୁବଳୀ ସାଂସଦ ବ୍ରିଜଭୂଷଣଙ୍କ ସିଂଙ୍କ ବିରୋଧରେ କିଛି କୁସ୍ତିଯୋଦ୍ଧା ଦିଲ୍ଲୀର ଜନ୍ତର-ମନ୍ତର ଠାରେ ଧାରଣା ପ୍ରଦର୍ଶନ ଜାରି ରଖିଛନ୍ତି । ଏହି କ୍ରମରେ ଦେଶର ଶୀର୍ଷ କୁସ୍ତଯୋଦ୍ଧା ବିନେଶ ଫୋଗାଟ କହିଛନ୍ତି କି, ଜଣେ ଶକ୍ତିଶାଳୀ ବ୍ୟକ୍ତି ବିରୋଧରେ ଠିଆ ହେବା ମୁସ୍କିଲ , ଯେ କି ନିଜର ଶକ୍ତିକୁ ଦୂରୁପଯୋଗ କରୁଛନ୍ତି । ହେଲେ ବ୍ରିଜଭୂଷଣଙ୍କ ଗିରଫ ଦାବିରେ କୁସ୍ତିଯୋଦ୍ଧାମାନେ ଧାରଣା ଜାରି ରଖିଛନ୍ତି ।

ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କୁସ୍ତିଯୋଦ୍ଧା ବିନେଶ ଫୋଗାଟ କହିଛନ୍ତି କି, ଜଣେ ଏଭଳି ବ୍ୟକ୍ତି ବିରୋଧରେ ଠିଆ ହେବା ବହୁତ ମୁସ୍କିଲ, ଯେ କି ଦୀର୍ଘ ସମୟ ଧରି ନିଜ ଶକ୍ତିର ଦୂରୁପଯୋଗ କରିପାରୁଛନ୍ତି ।

କେବଳ ସେତିକି ନୁହେଁ ବିନେଶ ଫୋଗାଟ କ୍ରୀଡମନ୍ତ୍ରୀ ଅନୁରାଗ ଠାକୁରଙ୍କ ବିରୋଧରେ ବଡ ଅଭିଯୋଗ କରିଛନ୍ତି । ସେ କହିଛନ୍ତି କି, ଏହି ମାମଲାକୁ ଦବାଇ ଦେବାକୁ କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଯଥା ସମ୍ଭବ ପ୍ରୟାସ କରୁଛନ୍ତି । ଏଣୁ ପ୍ରଥମ ଧାରଣା ବେଳେ ସେ ଏକ କମିଟି ଗଠନ କରି ମାମଲାକୁ ଚାପି ଦେବାକୁ ଚେଷ୍ଟା କରିଥିଲେ ।

ସେପଟେ କୁସ୍ତଯୋଦ୍ଧା ବଜରଙ୍ଗ ପୁନିଆ କହିଛନ୍ତି ଅଲମ୍ପିକ ଚୟନ ପାଇଁ ବ୍ରିଜ ଭୂଷଣ ସିଂ ପ୍ରସ୍ତୁତ କରିଥିବା କିଛି ନୂଆ ନିୟମକୁ କୁସ୍ତଯୋଦ୍ଧାମାନେ ବିରୋଧ କରୁଛନ୍ତି ବୋଲି ମିଥ୍ୟା ଅଭିଯୋଗ ଆଣିଛନ୍ତି ବ୍ରିଜ ଭୂଷଣ ସିଂ । ପ୍ରଥମେ ଏହା ନିୟମକୁ ନେଇ ନୁହେଁ ବରଂ ଉତ୍ପୀଡନକୁ ନେଇ ଧାରଣା ଦିଆଯାଇଛି ବୋଲି ବଜରଙ୍ଗ ପୁନିଆ ବ୍ରିଜଭୂଷଣ ସିଂଙ୍କୁ କାଉଁଣ୍ଟର କରିଛନ୍ତି ।