ମୋ ବସ୍ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡି ମଧ୍ୟରେ ଧକ୍କା : ସାମ୍ନାକୁ ଆସିଲା ସିସିଟିଭି ଭିଡିଓ

5,967

କନକ ବ୍ୟୁରୋ : ମୋ ବସ ଧକ୍କାର ସିସିଟିଭି ଫୁଟେଜ୍ । ଭୁବନେଶ୍ୱର ରାଜଭବନ ଛକରେ ଏକ ଗାଡିକୁ ଧକ୍କା ଦେଇଥିଲା ମୋ ବସ୍ । ଫଳରେ ଅଳ୍ପକେ ବର୍ତ୍ତି ଯାଇଥିଲେ କଟକ ଅତିରିକ୍ତ ଜିଲ୍ଲାପାଳ । ଅତିରିକ୍ତ-ଜିଲ୍ଲାପାଳଙ୍କ ଗାଡି ୟୁନିଟ୍- ୬ ପଟୁ ଆସୁଥିବାବଳେ ଏଜି ଛକରୁ ଆସୁଥିବା ମୋ ବସ୍ ନମ୍ବର ୨୩ ପଛପଟୁ ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡିକୁ ଧକ୍କା ଦେଇଥିଲା ।

ଫଳରେ ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡି ୪ ଘେରା ମାରିଥିଲା । ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇ ନାହିଁ । ତେବେ ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଜିଲ୍ଲାପାଳଙ୍କୁ ପ୍ରାଥମିକ ଚିକିତ୍ସା ଦେବା ପାଇଁ ହସ୍ପିଟାଲ ନିଆଯାଇଥିଲା । ତେବେ ସେ ସୁରକ୍ଷିତ ଅଛନ୍ତି । ସେହିପରି ମୋ-ବସରେ ଥିବା ସମସ୍ତ ଯାତ୍ରୀ ମଧ୍ୟ ସୁରକ୍ଷିତ ଅଛନ୍ତି । ମୋ ବସରେ ଲାଗିଥିବା ସିସିଟିଭି କ୍ୟାମେରାରେ ଦୁର୍ଘଟଣା ସମୟର ଚିତ୍ର କଏଦ ହୋଇଛି ।