ମାଓନେତାଙ୍କ ମା’ଙ୍କ ଶବ କାନ୍ଧେଇ ଚର୍ଚ୍ଚାରେ ଆନ୍ଧ୍ର ପୋଲିସ ଅଧିକାରୀ। ୨୫ ବର୍ଷ ହେଲା ମାଓ ସଂଗଠନର ସାମିଲ ହୋଇ ଘରକୁ ଫେରିନି ପୁଅ।

143

କନକ ବ୍ୟୁରୋ: ମାନବିକତା ଦେଖାଇଲେ ପୁଲିସ ବାବୁ । ମାଓ ନେତାଙ୍କ ମା’ଙ୍କ ଶବକୁ କାନ୍ଧଦେଲେ । କୁଖ୍ୟାତ ମାଓନେତାଙ୍କ ମା’ଙ୍କ ଶବ କାନ୍ଧେଇ ଚର୍ଚ୍ଚାରେ ଆନ୍ଧ୍ର ପୁଲିସ ଅଧିକାରୀ । ଆନ୍ଧ୍ର ଓଡିଶା ସ୍ପେଶାଲ ଜୋନାଲ କମିଟିର ଡିସିଏମ କ୍ୟାଡର ମାଓ ନେତା କାକୁରି ପାଣ୍ଡାନ୍ନା ଓରଫ ଜଗନଙ୍କ ମା’ କାକୁରି ସିତାମାଙ୍କ ମୃତ୍ୟୁ ଘଟିଥିଲା । ମାଲକାନଗିରି ସୀମାବର୍ତୀ ଆନ୍ଧ୍ର ଆଲୁରି ସିତାରାମ ରାଜୁ ଜିଲ୍ଲା ସିଲେରୁ ଥାନା ଅନ୍ତର୍ଗତ କୋମୁଲଓାଡା ଗାଁରେ ପ୍ରାଣ ହରାଇଥିଲେ ମା’ ସିତାମା । ଆଉ ବାର୍ଦ୍ଧକ୍ୟ କାରଣରୁ ଗତକାଲି କୋମୁଲଓାଡା ଗାଁରେ ପ୍ରାଣ ହରାଇଥିଲେ ମା’ ସିତାମା । ତେବେ ଦୀର୍ଘ ୨୫ ବର୍ଷ ଧରି ଜଗନ ମାଓ ସଙ୍ଗଠନରେ ଯୋଗଦେଇ ଘରକୁ ଫେରୁନଥିଲେ । ମାଓବାଦୀଙ୍କ ମା’ଙ୍କ ମୃତ୍ୟୁ ଖବର ପାଇ ଗାଁ ଲୋକେ ମଧ୍ୟ ଶବ ସକ୍ରାର ପାଇଁ ଆଗଭର ହେଉନଥିଲେ । ତେବେ ଖବର ପାଇ ସିଲେରୁ ଥାନା ଅଧିକାରୀ ଜେ. ରାମକୃଷ୍ଣା କୋମୁଲଓାଡା ଗାଁ କୁ ଯାଇ ସିତାମ୍ମାଙ୍କ ଶବ ସକ୍ରାରର ସବୁ ବ୍ୟବସ୍ଥା କରିଥିଲେ ।

ଗ୍ରାମବାସୀଙ୍କୁ ବୁଝାସୁଝା କରି ପାଖକୁ ଡ଼ାକିଥିଲେ । ଆଉ ନିଜେ ଶବକୁ କାନେ୍ଧଇ ଶବକୁ ମଶାଣିକୁ ନେଇଥିଲେ ସିଲେରୁ ଥାନା ଅଧିକାରୀ ଜେ. ରାମକୃଷ୍ଣା । ଏହା ସହ ନଗଦ ୧୦ ହଜାର ଟଙ୍କାର ସହାୟତା ପ୍ରଦାନ କରିଥିଲେ । ପୁଅଙ୍କ ଅନୁପସ୍ଥିତିରେ ପୁଅର ଭୁମିକା ତୁଲାଇଥିଲେ ଥାନା ଅଧିକାରୀ । ଆଉ ଥାନା ବାବୁଙ୍କ ଏପରି କାର୍ଯ୍ୟକଳାପ ଲାଗି ସିତାମାଙ୍କ ବୋହୂ ଓ ପରିବାର ଲୋକେ ରାମକୃଷ୍ଣାଙ୍କୁ ଧନ୍ୟବାଦ ଦେଇଥିଲେ ।