ଅଧା ରହିଗଲା ମାଟ୍ରିକ ପରୀକ୍ଷା ସ୍ୱପ୍ନ । ବ୍ଲଡ କ୍ୟାନସର ରୋଗରେ ଭବାନୀ ଶଙ୍କର ପାଲ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

174

କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ୍ ପରୀକ୍ଷା । ସବୁ ଦଶମ ଶ୍ରେଣୀ ଛାତ୍ରଙ୍କ ଭଳି ବାଲେଶ୍ୱରର ଭବାନୀ ଶଙ୍କର ପାଲ ମଧ୍ୟ ନିଜକୁ ପ୍ରସ୍ତୁତ କରିଥିଲେ । ଫର୍ମ ଫିଲଅପ୍ ମଧ୍ୟ କରିଥିଲେ । ଏପରିକି ସମ୍ମେଟିଭ୍-୧ ପରୀକ୍ଷା ମଧ୍ୟ ଦେଇଥିଲେ । ମାତ୍ର ଦୁଇ ମାସ ପୂର୍ବରୁ ପେଟରେ ଯନ୍ତ୍ରଣା ହେବାରୁ ମେଡ଼ିକାଲରେ ଭର୍ତ୍ତି କରାଯିବା ପରେ ଭାବାନୀଙ୍କ ବ୍ଲଡ଼ କ୍ୟାନସର ହୋଇଥିବା ଜଣାପଡ଼ିଥିଲା । ଭବାନୀଙ୍କ ବାପା ଜଣେ ଚାଷୀ ହୋଇଥିବା ବେଳେ ତାଙ୍କ ପକ୍ଷେ ଏତେ ଟଙ୍କା ଖର୍ଚ୍ଚ କରି ଚିକିତ୍ସା କରିବା ସମ୍ଭବ ହୋଇପାରୁନାହିଁ । ବାପା ମହେଶ୍ୱର ଓ ମା’ ବାସନ୍ତୀଙ୍କର ଗୋଟିଏ ମାତ୍ର ପୁଅ ଭବାନୀ । ପାଠପଢ଼ି ଇଞ୍ଜିନିୟର ହେବାକୁ ଲକ୍ଷ୍ୟ ରଖିଥିଲେ ଭବାନୀ । କିନ୍ତୁ ପାଠପଢ଼ା ଅଧାରୁ ଏବେ ମାରାତ୍ମକ କ୍ୟାନସର ରୋଗାର ଯନ୍ତ୍ରଣା ତାଙ୍କୁ ମାଟ୍ରିକ୍ ପରୀକ୍ଷା ଦେବାରୁ ବଞ୍ଚିତ କରିଛି । ଅନ୍ୟପଟେ ଦିନକୁ ଦିନ ଆହୁରି ଅସୁସ୍ଥ ହେଇପଡ଼ୁଛନ୍ତି ଭବାନୀ । ଯାହାକୁ ନେଇ ପରିବାର ଲୋକେ ଚିନ୍ତିତ ଅଛନ୍ତି ।