ଅମିତାଭଙ୍କ ବଡିଗାର୍ଡ ନିଲମ୍ବିତ । କାରଣ କିଛି ଏପରି…

281

କନକ ବ୍ୟୁରୋ: ସର୍ଭିସ୍ ଆଇନ୍ ଉଲଂଘନ ଅଭିଯୋଗରେ ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନଙ୍କ ପୂର୍ବତନ ଅଙ୍ଗରକ୍ଷୀ ତଥା କନଷ୍ଟେବଲ ଜିତେନ୍ଦ୍ର ସିନ୍ଦେଙ୍କୁ ନିଲମ୍ବନ କରାଯାଇଛି । ସେ ୨୦୧୫ରୁ ୨୦୨୧ ଅଗଷ୍ଟ ପର୍ଯ୍ୟନ୍ତ ବିଗ୍ ବିଙ୍କ ସୁରକ୍ଷାରେ ନିୟୋଜିତ ଥିଲେ । ଆୟ ବିହୁର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଆସିବା ପରେ ତାଙ୍କୁ ଗତ ବର୍ଷ ଅଗଷ୍ଟରେ ଡି.ବି. ମାର୍ଗ ପୋଲିସ ଷ୍ଟେସନକୁ ବଦଳି କରାଯାଇଥିଲା ।

ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମତିରେ ଦେଶ ବାହାରକୁ ନଯିବାକୁ ମଧ୍ୟ ତାଗିଦ୍ କରାଯାଇଥିଲା । ତେବେ ରିପୋର୍ଟ ଅନୁଯାୟୀ, ସିନ୍ଦେ ଅଧିକାରୀଙ୍କ ବିନା ଅନୁମତିରେ ୪ଥର ସିଙ୍ଗାପୁର ଏବଂ ଦୁବାଇ ଯାତ୍ରା କରିଛନ୍ତି । ସର୍ଭିସ୍ ନିୟମ ଉଲଂଘନ ଅଭିଯୋଗରେ ତାଙ୍କୁ ମୁମ୍ବାଇ ପୋଲିସ ବିଭାଗରୁ ନିଲମ୍ବନ କରାଯାଇଛି ।